Site icon ଆଜିକାଲି

ରାଷ୍ଟ୍ରପତିଙ୍କ ୪ ଦିନିଆ ଓଡିଶା ଗସ୍ତ ଆରମ୍ଭ, କିଚକେଶ୍ବରୀଙ୍କ ମନ୍ଦିରରେ କଲେ ପୂଜାର୍ଚ୍ଚନା

ଭୁବନେଶ୍ବର – ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୪ ଦିନିଆ ଓଡ଼ିଶା ଗସ୍ତ ଆଜିଠୁ ଆରମ୍ଭ ହୋଇଛି । ବାୟୁସେନାର ସ୍ୱତନ୍ତ୍ର ବିମାନ ଯୋଗେ ସେ ଝାଡ଼ଖଣ୍ଡର ରାଞ୍ଚିରେ ପହଞ୍ଚିବା ପରେ ସେଠାରୁ ହେଲିକପ୍ଟରରେ ଆସି ମୟୂରଭଞ୍ଜ ଜିଲ୍ଲାର ପାଣ୍ଡରଶିଳ ହେଲିପ୍ୟାଡରେ ଅବତରଣ କରିଥିଲେ । ସେଠାରୁ ରାଷ୍ଟ୍ରପତି ଖିଚିଂ ଯାଇ ମା’ କିଚକେଶ୍ବରୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିଥିଲେ। ଖିଚିଂରେ ରାଷ୍ଟ୍ରପତିଙ୍କୁ ଜୋରଦାର ସ୍ୱାଗତ କରାଯାଇଥିଲା । ଆଜି ରାଷ୍ଟ୍ରପତି ରାଇରଙ୍ଗପୁର ଯାଇ ସେଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ନିଜର ବାସଭବନରେ ରାତ୍ରିଯାପନ କରିବେ।

Exit mobile version