Site icon ଆଜିକାଲି

ଜିଲ୍ଲାରେ ଶିକ୍ଷା ର ମାନ ବଢ଼ାଇବ ଧରଣୀଧର ବିଶ୍ଵବିଦ୍ୟାଳୟ, ଉପକୃତ ହେବେ ବିଦ୍ୟାର୍ଥୀ

କେନ୍ଦୁଝର, ବିଶ୍ବବିଦ୍ୟାଳୟର ମାନ୍ୟତା ପରେ ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କଲେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ । ବିଶ୍ବବିଦ୍ୟାଳୟର କାର୍ଯ୍ୟସୂଚୀ ନେଇ ପ୍ରେସ୍‌ମିଟ୍‌ କଲେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ । ତେବେ ୧ ଜୁନ ୨୦୨୩ରୁ ଧରଣୀଧର ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ଭାବେ ସ୍ବୀକୃତି ମିଳିଥିଲା । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତିରେ ପ୍ରକାଶ କରିଥିଲା । ଧରଣୀଧର ବିଶ୍ବିଦ୍ୟାଳୟର ଓଏସଡି ଭାବେ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ପ୍ରଫେସର ଡ. ପ୍ରତାପ କୁମାର ମହାନ୍ତିଙ୍କୁ ରାଜ୍ୟପାଳଙ୍କ ଅନୁମୋଦନ କ୍ରମେ ସରକାର ନିଯୁକ୍ତି ଦେଇଛନ୍ତି । ଧରଣୀଧର ବିଶ୍ଵବିଦ୍ୟାଳୟ ଘୋଷଣା ପରେ ଶୁକ୍ରବାର ଦିନ ପ୍ରଥମ ସାମ୍ବାଦିକ ସମ୍ମିଳନୀ ବିଶ୍ଵବିଦ୍ୟାଳୟ ପକ୍ଷରୁ ଆୟୋଜିତ ହୋଇଥିଲା । ବିଶ୍ବବିଦ୍ୟାଳୟର ପ୍ରଥମ ଓଏସଡି ଡ ପ୍ରତାପ କୁମାର ମହାନ୍ତି ବିଶ୍ଵବିଦ୍ୟାଳୟର ନୂତନ ରୂପରେଖ ସମ୍ପର୍କରେ ବିଶଦ ସୂଚନା ପ୍ରଦାନ କରିଥିଲେ । ଆଗାମୀ ଦିନରେ ଧରଣୀଧର ବିଶ୍ଵବିଦ୍ୟାଳୟ ଗୁଣାତ୍ମକ ଶିକ୍ଷାଦାନ ଓ ଅନୁସନ୍ଧାନର କେନ୍ଦ୍ରବିନ୍ଦୁ ହେବ ବୋଲି ଡ. ପ୍ରତାପ କୁମାର ମହାନ୍ତି ପ୍ରକାଶ କରିଥିଲେ । ଶ୍ରୀଯୁକ୍ତ ମହାନ୍ତି କହିଛନ୍ତି, ବିଶ୍ୱାବିଦ୍ୟାଳୟ ନିମନ୍ତେ ଆବଶ୍ୟକ ଭିତ୍ତିଭୂମି ନେଇ ରାଜ୍ୟ ସରକାରଙ୍କ ସହ ପ୍ରଥମ ପର୍ଯ୍ୟାୟ ଆଲୋଚନା ସରିଛି । ସ୍ଵଂୟଶାସିତ ମହାବିଦ୍ୟାଳୟରେ ଆଗରୁ କେବଳ ୪ଟି ପିଜି ବିଭାଗ ଥିବା ବେଳେ ପ୍ରଥମେ ୧୩ଟି ପିଜି ବିଭାଗ ଖୋଲିବା ପାଇଁ ପ୍ରସ୍ତୁତି କରାଯାଉଛି । ବର୍ତ୍ତମାନ ବିଶ୍ଵବିଦ୍ୟାଳୟ ପରିସରରେ ଯୁକ୍ତ ଦୁଇ, ଯୁକ୍ତ ତିନି ଓ ପିଜି ବିଭାଗରେ ପାଞ୍ଚ ହଜାରରୁ ଊର୍ଦ୍ଧ୍ଵ ଛାତ୍ରଛାତ୍ରୀ ପଢ଼ୁଥିବା ବେଳେ ୭୬ ଜଣ ଅଧ୍ୟାପକ ଅଛନ୍ତି । ଆଗାମୀ ଦିନରେ ଅଧ୍ୟାପକଙ୍କ ସଂଖ୍ୟା ବଢାଇବା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଛି । ଏହାସହ ବିଶ୍ବବିଦ୍ଯାଳୟ ଅଧିନରେ କେନ୍ଦୁଝର ଜିଲ୍ଲାର ୩୯ଟି ମହାବିଦ୍ୟାଳୟ ଅନୁବନ୍ଧିତ ହୋଇଥିବା ବେଳେ ସାମଗ୍ରିକ ବିକାଶ ପାଇଁ କାର୍ଯ୍ୟ କରାଯିବ ବୋଲି କହିଛନ୍ତି ।

Exit mobile version