କେନ୍ଦୁଝର, ରଥଯାତ୍ରା ସମୟରେ ପୁରୀରେ କର୍ତ୍ତବ୍ୟରତ ନ୍ୟୁଜ୍ ସେଭେନ ସାମ୍ବାଦିକମାନଙ୍କୁ ସେବାୟତଙ୍କ ଆକ୍ରମଣ ଘଟଣାକୁ କେନ୍ଦୁଝର ଜିଲ୍ଲା ଏସୟୁଜେ ଓ ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଘୋର ନିନ୍ଦା କରାଯାଇଛି । ଏହି ଘଟଣାରେ ସଂପୃକ୍ତ ଅଭିଯୁକ୍ତ ସେବାୟତଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି । ଏହାସହ ଆକ୍ରମଣ ଘଟଣାକୁ ନିନ୍ଦା କରିବା ସହ ଦୋଷୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ତଥା ସେମାନଙ୍କୁ ଶ୍ରୀମନ୍ଦିର ପରିଚାଳନା କମିଟିରୁ ବହିଷ୍କାର କରାଯିବା ପାଇଁ ଦାବି କରାଯାଇଛି ।