Site icon ଆଜିକାଲି

ଆଜିଠୁ ପ୍ରଧାନମନ୍ତ୍ରୀଙ୍କ ୩ ଦିନିଆ ଗୁଜରାଟ ଗସ୍ତ, ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ

ନୂଆଦିଲ୍ଲୀ : ଆଜି ଠାରୁ ୩ ଦିନ ପାଇଁ ଗୁଜୁରାଟ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଅବସରରେ ସେ ସାଢେ ୧୪ ହଜାର କୋଟି ଟଙ୍କାର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ଏହି ତିନି ଦିନିଆ ଗସ୍ତ କାଳରେ ସେ ମେହଶଣା, ଭରୁଚ, ଆନନ୍ଦ, ଜାମନଗର, ରାଜକୋଟ ଓ ଅହମ୍ମଦାବାଦ ଗସ୍ତ କରିବେ ।

ପ୍ରଧାନମନ୍ତ୍ରୀ ଗୁଜୁରାଟ ମେହସାନାର ମୋଧେରାରେ ରବିବାର ସନ୍ଧ୍ୟା ପ୍ରାୟ ସାଢ଼େ ୫ଟାରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କରିବେ । ଏହାପରେ ସନ୍ଧ୍ୟା ପ୍ରାୟ ୬ଟା ୪୫ରେ ମୋଧେଶ୍ବରୀ ମାତା ମନ୍ଦିରରେ ଦର୍ଶନ ପୂଜା କରିବେ । ପରେ ସନ୍ଧ୍ୟା ୭ଟା ୩୦ରେ ସୂର୍ଯ୍ୟ ମନ୍ଦିର ଯିବେ । ପ୍ରଧାମନ୍ତ୍ରୀ ଭାରୁଚର ଆମୋଦରେ ୧୦ ଅକ୍ଟୋବରରେ ବିଭିନ୍ନ ପ୍ରକଳ୍ପ ଦେଶ ଉଦ୍ଦେଶ୍ୟରେ ସମର୍ପିତ କରିବେ । ଅପରାହ୍ନ ୩ଟା ୧୫ରେରେ ଅହମ୍ମଦାବାଦରେ ମୋଦୀ ଶୈକ୍ଷଣିକ ସ୍କୁଲର ଉଦଘାଟନ କରିବେ । ଏହାପରେ ସନ୍ଧ୍ୟା ସାଢେ ୫ଟାରେ ଜାମନଗରରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ । ପ୍ରଧାନମନ୍ତ୍ରୀ ୧୧ ଅକ୍ଟୋବରର ଦିନ ୨ଟା ୧୫ରେ ସିଭିଲ ହସପିଟାଲ ଅସରୱା, ଅହମ୍ମଦାବାଦରେ ବିଭିନ୍ନ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରିବେ । ପରେ ସେଠାରୁ ସିଧାସଳଖ ମଧ୍ୟ ପ୍ରଦେଶ ଗସ୍ତ କରିବେ । ମଧ୍ୟ ପ୍ରଦେଶ ଉଜ୍ଜୟିନୀରେ ଶ୍ରୀ ମହାକାଳେଶ୍ବର ମନ୍ଦିର ଯିବେ । ଯେଉଁଠାରେ ସନ୍ଧ୍ୟା ପ୍ରାୟ ୫ଟା ରେ ଶ୍ରୀ ମହାକାଳେଶ୍ବରଙ୍କୁ ଦର୍ଶନ କରିବେ । ପରେ ସନ୍ଧ୍ୟା ୬ଟା ୩୦ରେ ଶ୍ରୀ ମହାକାଳ କରିଡରକୁ ଉଦଘାଟନ କରିବେ ।

Exit mobile version