Site icon ଆଜିକାଲି

ପୁରୀ – ଆନନ୍ଦ ବିହାର ଭାୟା କେନ୍ଦୁଝରଗଡ଼ ଟ୍ରେନ ଲୋକାର୍ପିତ କଲେ ପ୍ରଧାନମନ୍ତ୍ରୀ

କେନ୍ଦୁଝର, ରେଳ ଯୋଗେ କେନ୍ଦୁଝର ରୁ ସିଧାସଳଖ ଦିଲ୍ଲୀ ଯିବା ପାଇଁ ଜିଲ୍ଲା ବାସୀ ଦେଖିଥିବା ସ୍ଵପ୍ନ ଆଜି ପୂରଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଯେଉଁଥି ପାଇଁ ଅନେକ ଥର ଜିଲ୍ଲାବାସୀ ତଥା ବିଭିନ୍ନ ସଂଗଠନ ରେଳ ମନ୍ତ୍ରଣାଳୟ, ପ୍ରଧାନମନ୍ତ୍ରୀ ଓ ରେଳମନ୍ତ୍ରୀଙ୍କ ଦୃଷ୍ଟିଆକର୍ଷଣ କରିଥିଲେ । ସେଇ ସ୍ଵପ୍ନ ଆଜି ପୂର୍ଣହେଇଚି । ଆଭାଷୀ ମାଧ୍ୟମରେ ପୁରୀ – ଆନନ୍ଦ ବିହାର ଭାୟା କେନ୍ଦୁଝରଗଡ଼ ଟ୍ରେନ ଟିକୁ ଚଣ୍ଡିଖୋଲ ରୁ ଶୁଭ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ । ଟ୍ରେନ ଟି ପୁରୀ ରୁ ବାହାରି କେନ୍ଦୁଝର ଦେଇ ଆନନ୍ଦ ବିହାର ପର୍ଯ୍ୟନ୍ତ ଯିବ। ଏହି ଅବସରରେ ଆଜି କେନ୍ଦୁଝର ଗଡ଼ ରେଳ ଷ୍ଟେସନ ଠାରୁ ଏହି ଟ୍ରେନ ଟି ବାହାରି ବାଂଶପାଣି ପର୍ଯ୍ୟନ୍ତ ଯିବା ସହିତ ଆଗାମୀ ନିର୍ଧାରିତ ସୂଚୀ ଅନୁସାରେ ପୁରୀ ରୁ ଦିଲ୍ଲୀ ର ଆନନ୍ଦ ବିହାର ଟର୍ମିନାଲ କୁ ଚାଲିବ। କେନ୍ଦୁଝର ଠାରେ ଅନୁଷ୍ଠିତ ଏହି ଅଭାଷୀ ଉଦଘାଟନ କାର୍ଯ୍ୟକ୍ରମ ରେ କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀ ଙ୍କ ସମେତ କେନ୍ଦୁଝର ଜିଲ୍ଲାବାସୀ ପ୍ରଧାନମନ୍ତ୍ରୀ ଙ୍କ ଦ୍ୱାରା ଆଭାଷୀ ମାଧ୍ୟମରେ ଲୋକାର୍ପଣ ଉତ୍ସବ ରେ ଉପସ୍ଥିତ ରହି ସ୍ୱାଗତ କରିଥିଲେ ଟ୍ରେନ ଟିକୁ । ଆଜି ଲୋକାର୍ପିତ ହୋଇଥିବା ପାରାଦୀପ ରୁ କେନ୍ଦୁଝରଗଡ଼ ମେମୁ ଟ୍ରେନ ମଧ୍ୟ ପ୍ରଧାନମନ୍ତ୍ରୀ ଙ୍କ ଉପହାର ବୋଲି ବିଧାୟକ ମାଝୀ ତାଙ୍କ ଅଭିଭାଷଣ ରେ କହିଛନ୍ତି।

Exit mobile version