Site icon ଆଜିକାଲି

ରାଷ୍ଟ୍ରୀୟ ରାଜମାର୍ଗ ୫୨୦ ରିମୁଳି-କୋଇଡା ୪ ଲେନ ଶୁଭ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

କେନ୍ଦୁଝର ,୩ା୨: କେନ୍ଦୁଝର ଜିଲ୍ଲା ଏବଂ ସୁନ୍ଦରଗଡ ଜିଲ୍ଲାକୁ ସଂଯୋଗ କରୁଥିବା ରାଷ୍ଟ୍ରୀୟ ରାଜମାର୍ଗ ୫୨୦ ର ରିମୁଳି-କୋଇଡା ସେକ୍ସନ ର ୪ଲେନ ର ଶୁଭ ଉଦ୍‌ଘାଟନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କର କମଳରେ ହୋଇଯାଇଛିି । ଏହି ଉପଲକ୍ଷେ କେନ୍ଦୁୁଝର ଏନ୍‌ଏଚ୍‌ଏଆଇ କାର୍ଯ୍ୟାଳୟ ନିକଟ ତାରିଣୀ ମନ୍ଦିର ପଡିଆରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛିି । ଏହି କାର୍ଯ୍ୟକ୍ରମରେ କେନ୍ଦୁଝରଗଡ ପୌରପାଳିକା ଅଧ୍ୟକ୍ଷା ନିକୁ ସାହୁ ଯୋଗ ଦେଇଥିଲେ । ଏନ୍‌ଏଚ୍‌ଏଆଇ ର ବରିଷ୍ଠ ଅଧିକାରୀଙ୍କ ସମେତ ସ୍ଥାନୀୟ ଜନସାଧାରଣ ଏଥିରେ ଉପସ୍ଥିତ ଥିଲେ । କେନ୍ଦୁଝର ଜିଲ୍ଲା ଏବଂ ସୁନ୍ଦରଗଡ ଜିଲ୍ଲା ର ଲାଇଫ ଲାଇନ କୁହାଯାଉଥିବା ୪୧.୭ କିଲୋମିଟର ୪ ଲେନ ରାସ୍ତା ପାଇଁ ୮୨୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହି ରାଜପଥ ଶିଳ୍ପ ଏବଂ ଖଣିଜ ବହୁଳ ଏହି ଦୁଇ ଜିଲ୍ଲା ସହ ଦେଶ ଏବଂ ରାଜ୍ୟ ଅର୍ଥନୀତିକୁ ଗତିଶୀଳ କରିବାରେ ବେଶ ସହାୟକ ହୋଇଛି । ବିଶେଷ କରି ବିଭିନ୍ନ ଖଣି,ଶିଳ୍ପକୁ ଖଣିଜ ପଥର ପରିବହନ ଅନାୟସରେ ହୋଇପାରିବା ସହ ବ୍ୟାପକ ନିଯୁକ୍ତି ସୃଷ୍ଟି କରିପାରିବ । ରିମୁଳି-କୋଇଡା ୪-ଲେନ ରାସ୍ତାରେ ସୁରକ୍ଷିତ ଭାବେ ଗାଡି ଚଳାଚଳ ଯୋଗୁ ଗାଡିର ଅପରେଟିଂ ଖର୍ଚ୍ଚ ମଧ୍ୟ ହ୍ରାସ ପାଇଛି । ସାମୂହିକ ବିକାଶ,ଦୃଢ ଭିତ୍ତିଭୂମି ଏବଂ ସ୍ଥାୟୀ ଅର୍ଥନୈତିକ ଅଭିବୃଦ୍ଧିରେ ଏହି ରାଜପଥ ବେଶ ସହାୟକ ହେବ । ଏଥିରେ ଏନ୍‌ଏଚ୍‌ଏଆଇ(ପିଆଇୟୁ) କେନ୍ଦୁଝରର ବହୁ ଅଧିକାରୀ ଏବଂ କର୍ମଚାରୀ ଉପସ୍ଥିତ ଥିଲେ ।

Exit mobile version