Site icon ଆଜିକାଲି

ଆଜି ବେଙ୍ଗାଲୁରୁରେ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ

ବେଙ୍ଗାଲୁରୁ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବେଙ୍ଗାଲୁରୁ ଗସ୍ତ କରିବେ । ନିଜର ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ଏଠାରେ ଏକାଧିକ ମେଗା ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭାରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି । ଆଜି ମୋଦି ପ୍ରଥମେ ବେଙ୍ଗାଲୁରୁ କ୍ରାନ୍ତିବୀର ସଙ୍ଗୋଲି ରାୟନ୍ନା (କେଏସଆର) ରେଳ ଷ୍ଟେସନରେ ସବୁଜ ପତାକା ଦେଖାଇ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିବେ । ଯାହାକି ଦେଶର ପଞ୍ଚମ ବନ୍ଦେ ଭାରତ ଟ୍ରେନ ସହ ଦକ୍ଷିଣ ଭାରତର ପ୍ରଥମ ଟ୍ରେନ ହେବ । ଏହି ଟ୍ରେନ ଯାତ୍ରା ସମୟରେ ମହୀଶୂର-ବେଙ୍ଗାଲୁରୁ-ଚେନ୍ନାଇ ସହରକୁ ଯୋଡିବ ।

ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ ପରେ ପୂର୍ବାହ୍ନ ପ୍ରାୟ ସାଢେ ୧୧ଟା ବେଳେ ପ୍ରଧାନମନ୍ତ୍ରୀ କମ୍ପେଗୌଡା ଆନ୍ତର୍ଜାତିକ ବିମାନ ବନ୍ଦରରେ ପ୍ରାୟ ପାଞ୍ଚ ହଜାର କୋଟି ବ୍ୟୟରେ ନିର୍ମିତ ନୂତନ ଟର୍ମିନାଲର ଉଦଘାଟନ କରିବେ । ଏହି ଟର୍ମିନାଲ ଯୋଗୁଁ ଯାତ୍ରୀ ଗମନାଗମନ ଦୁଇଗୁଣା ବୃଦ୍ଧି ପାଇବା ନେଇ ଆଶା କରାଯାଉଛି । ବର୍ତ୍ତମାନ ବିମାନ ବନ୍ଦରରେ ବାର୍ଷିକ ଅଢେଇ କୋଟି ଯାତ୍ରୀ ଯାତାୟତର କ୍ଷମତା ଥିବାବେଳେ ଏହା ପ୍ରାୟ ୬ କୋଟିକୁ ବୃଦ୍ଧି ପାଇବ ।

ଏହାସହିତ ବିମାନ ବନ୍ଦର ଠାରେ ନାଦପ୍ରଭୁ କେମ୍ପେଗୌଡାଙ୍କ ୧୦୮ ମିଟର ଉଚ୍ଚ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ । ଷ୍ଟାଚ୍ୟୁ ଅଫ୍ ୟୁନିଟିର କଳ୍ପନା କରିଥିବା ପ୍ରଖାତ ସ୍ଥପତି ରାମ ଭି ସୁତାର କେମ୍ପେଗୌଡାଙ୍କ ଏହି ପ୍ରତିମୂର୍ତ୍ତିକୁ ପ୍ରସ୍ତୁତ କରିଛନ୍ତି । ତେବେ କେଏସଆର ରେଳ ଷ୍ଟେସନରୁ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ ସହ ପ୍ରଧାନମନ୍ତ୍ରୀ ମୋଦି ‘ଗୌରବ କାଶୀ ଯାତ୍ରା’ର ମଧ୍ୟ ଶୁଭାରମ୍ଭ କରିବେ ।

Exit mobile version