Site icon ଆଜିକାଲି

ପ୍ରଫେସର ଶ୍ୟାମ ସୁନ୍ଦର ଦାସ ଓଡିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟର ନୂଆ କୂଳପତି 

ଭୁବନେଶ୍ବର: ଓଡିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟର ନୂଆ କୂଳପତି ଭାବେ ପ୍ରଫେସର ଶ୍ୟାମ ସୁନ୍ଦର ଦାସଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ରାଜ୍ୟପାଳ ରଘୁବର ଦାସ ଓଡିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟର ନୂଆ କୂଳପତି ଭାବେ ପ୍ରଫେସର ଶ୍ୟାମ ସୁନ୍ଦର ଦାସଙ୍କୁ ନୂଆ କୂଳପତି ଭାବେ ନିଯୁକ୍ତି ଦେଇଛନ୍ତି।

ଓଡିଶା ରାଜ୍ୟ ମୁକ୍ତ ବିଶ୍ବବିଦ୍ୟାଳୟ କୁଳପତି ଅର୍କ କୁମାର ଦାସ ମହାପାତ୍ରଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ନୂଆ କୂଳପତି ମନୋନୟନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପ୍ରଫେସର ଶ୍ୟାମ ସୁନ୍ଦର ଦାସ ଏହି ଦୌଡରେ ଆଗରେ ରହିବା ସହ ରାଜ୍ୟପାଳଙ୍କ ଦ୍ବାରା ନିଯୁକ୍ତ ହୋଇଛନ୍ତି। ପ୍ରଫେସର ଶ୍ୟାମ ସୁନ୍ଦର ପଟ୍ଟନାୟକ ବର୍ତ୍ତମାନ ଚଣ୍ଡୀଗଡସ୍ଥିତ ନ୍ଯାସନାଲ ଇନଷ୍ଟିଚ୍ଯୁଟ ଅଫ ଟେକ୍ନିକାଲ ଟିଚର୍ସ ଟ୍ରେନିଂ ଆଣ୍ଡ ରିସର୍ଚ୍ଚର ମିଡିଆ ଇଂଜିନିୟରିଂ ବିଭାଗର ବିଭାଗୀୟ ମୁଖ୍ୟ ଅଛନ୍ତି।

Exit mobile version