Site icon ଆଜିକାଲି

୭ ଓପିଏସ ଅଧିକାରୀଙ୍କୁ ପଦୋନ୍ନତି

ଭୁବନେଶ୍ୱର : ରାଜ୍ୟ ସରକାର ୭ ଓଡ଼ିଶା ପୁଲିସ ସେବା(ଓପିଏସ) ଅଧିକାରୀଙ୍କୁ ପଦୋନ୍ନତି ଦେଇଛନ୍ତି। ଏହି ଅଧିକାରୀମାନେ ଓଡ଼ିଶା ପୁଲିସର ବିଭିନ୍ନ ବିଭାଗରେ ଏସପି ଭାବେ କାର୍ଯ୍ୟରତ ଅଛନ୍ତି। ସେମାନଙ୍କୁ ବରିଷ୍ଠ ପ୍ରଶାସନିକ ଶ୍ରେଣୀ (ସୁପରିଅର ଆଡମିନିଷ୍ଟ୍ରେଟିଭ ଗ୍ରେଡ)କୁ ପଦୋନ୍ନତି ମିଳିଛି।

ଏହି ଅଧିକାରୀମାନେ ହେଲେ କଟକ ଏଚଆରପିସି ଏସପି ରାଜେନ୍ଦ୍ର କୁମାର ସେନାପତି, ଭିଜିଲାନ୍ସ ଏସପି ଦେବ ନାରାୟଣ ଦାସ, ଅନୁଗୁଳ ପିଟିସି ଏସପି ସୁଯାଗ୍ୟ କୁମାର ମିଶ୍ର, ପୁରୀ ଶ୍ରୀମନ୍ଦିର ପ୍ରଶାସକ(ନିରାପତ୍ତା) ଯତୀନ୍ଦ୍ର କୁମାର ପଣ୍ଡା, କୋରାପୁଟ ଅତିରିକ୍ତ ଏସପି ବିକ୍ରମ କେଶରୀ ଭୋଇ, ଭଞ୍ଜନଗର ଅତିରିକ୍ତ ଏସପି ପ୍ରଫୁଲ୍ଲ ଚନ୍ଦ୍ର ବଡ଼ଜେନା ଏବଂ ଗଞ୍ଜାମ ଅତିରିକ୍ତ ଏସପି ସଂଗ୍ରାମ କେଶରୀ ବେହେରା।

Exit mobile version