Site icon ଆଜିକାଲି

ପ୍ରସ୍ତାବିତ ମେଟ୍ରୋ ଟ୍ରେନ ପ୍ରକଳ୍ପ : ବର୍ଷ ଶେଷ ପୂର୍ବରୁ ଆରମ୍ଭ ହେବ ନିର୍ମାଣ କାର୍ଯ୍ୟ, ଜୁନରେ ଭିତ୍ତିପ୍ରସ୍ତର

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ମହତ୍ତ୍ଵାକାଂକ୍ଷୀ ମେଟ୍ରୋ ଟ୍ରେନ ଚଳାଚଳ ଯୋଜନା ନେଇ ନଗର ଉନ୍ନୟନ ବିଭାଗ ସଚିବ ଜି. ମାଥିଭାଥାନନ୍ କହିଛନ୍ତି ଯେ, ଏ ବର୍ଷ ଜୁନ ମାସରେ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିପାରନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ମେଟ୍ରୋ ଟ୍ରେନ୍ ଲାଇନ ପାଇଁ ପାଇଁ ସର୍ଭେ ଶେଷ ହୋଇଥିବା ସେ ସୂଚନା ଦେଇଛନ୍ତି। ଦିଲ୍ଲୀ ମେଟ୍ରୋ ରେଳ ନିଗମ ଏହାର ଡିପିଆର ପ୍ରସ୍ତୁତ କରୁଛି । କେଉଁ ରୁଟରେ ମେଟ୍ରୋ ଯିବ ତାହା ଚିହ୍ନଟ ସରିଛି । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରରୁ କଟକ ପର୍ଯ୍ୟନ୍ତ ଚାଲିବ ମେଟ୍ରୋ। ପରବର୍ତ୍ତୀ ସମୟରେ ଜଟଣୀ, ପୁରୀକୁ ମେଟ୍ରୋ ଟ୍ରେନ ଯିବା ପାଇଁ ଯୋଜନା ରହିଛି ବୋଲି ଉନ୍ନୟନ ବିଭାଗ ସଚିବ କହିଛନ୍ତି।

Exit mobile version