Site icon ଆଜିକାଲି

ଆନନ୍ଦପୁର ଜିଲ୍ଲା ଦାବିରେ ଧାରଣା


କେନ୍ଦୁଝର, (ବ୍ରଜକିଶୋର ରାୟ) ଜିଲ୍ଲା ଦାବିରେ ଆନନ୍ଦପୁର ବିକାଶ ପରିଷଦ ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଠାରୁ ପ୍ରତୀକ ଧାରଣା ଆରମ୍ଭ ହୋଇଛି। ବିକାଶ ପରିଷଦର ଏହି ଧାରଣକୁ ବିଭିନ୍ନ ବର୍ଗର ସଙ୍ଗଠନର ସମର୍ଥନ ମିଳୁଥିବା ବେଳେ ସାମ୍ବାଦିକ ଓ ଉପଖଣ୍ଡ ଜନସାଧାରଣ ଏଥିରେ ସାମିଲ ହୋଇଛନ୍ତି। କେନ୍ଦୁଝର ଜିଲ୍ଲାର ଭୌଗଳିକ ସ୍ଥିତି ଅନୁସାରେ ଆନନ୍ଦପୁର ଉପଖଣ୍ଡର ଲୋକମାନେ ଦୀର୍ଘ ୧୨୦ କି.ମି ଜିଲ୍ଲା ସଦର ମହକୁମାକୁ ଯିବା ଏବଂ ସେମାନଙ୍କ ସମସ୍ୟା ଜିଲ୍ଲା ପ୍ରଶାସନ ନିକଟରେ ଉପସ୍ଥାପନା କରିବା କଠିକର ପାଠ ହୋଇପଡୁଛି। ଲୋକ ସଂଖ୍ୟାରେ ରାଜ୍ୟର ସପ୍ତମ ବୃହତ୍ତର ଜିଲ୍ଲା କେନ୍ଦୁଝର ହୋଇଥିବାବେଳେ ଲୋକ ସଂଖ୍ୟାରେ ୪ରେ ରହିଛି। ଏହା ସତ୍ୱେ ଏହି ଜିଲ୍ଲାକୁ ବିଭକ୍ତିକରଣ କରାଯାଇନି। ଜିଲ୍ଲା ଖଣିଜ ସମ୍ପଦରେ ଭରପୁର ଥିବାବେଳେ ଆନନ୍ଦପୁରର ବିକାଶ ହୋଇପାରୁନି। ୧୯୯୩ ମସିହା ଜିଲ୍ଲା ବିଭକ୍ତିକରଣରେ ଆନନ୍ଦପୁର ନାମ ରହିଥିଲେ ସୁଦ୍ଧା ପରବର୍ତ୍ତି ସମୟରେ ଏହାର କାର୍ଯ୍ୟକାରିତାରେ ତତ୍ପରତା ପ୍ରକାଶ ପାଇନି। ଏହି ସବୁ ଘଟଣାବଳୀକୁ ଦୃଷ୍ଟିରେ ରଖି ଆନନ୍ଦପୁର ବିକାଶ ପରିଷଦ ପକ୍ଷରୁ ଆଜିଠାରୁ ଧାରଣା ଆରମ୍ଭ ହୋଇଛି। ପୂର୍ବରୁ ଆରମ୍ଭ ହୋଇଥିବା ଦସ୍ତଖତ ଅଭିଯାନ ଚାଲୁ ରହିଥିବା ବେଳେ ଆଜି ଧାରଣା ପରବର୍ତ୍ତୀ ସମୟରେ ହକ୍ ପାଇଁ ଲଢେଇ ଜୋରଦାର ହେବ ବୋଲି ବିକାଶ ପରିଷଦ ସଭାପତି ରମାକାନ୍ତ ନାୟକ ସୂଚନା ଦେଇଛନ୍ତି।

Exit mobile version