Site icon ଆଜିକାଲି

ଭୋଟ୍ ପୂର୍ବରୁ ଜାତୀୟ ଏସଟି କମିଶନ ସଦସ୍ୟଙ୍କ ଝାରସୁଗୁଡ଼ା ଗସ୍ତକୁ ବିରୋଧ, ସିଇଓଙ୍କୁ ଫେରାଦ ହେଲା ବିଜେଡି

ଭୁବନେଶ୍ୱର : ଝାରସୁଗୁଡ଼ା ଉପ-ନିର୍ବାଚନ ପାଇଁ ଲାଗୁ ହୋଇଥିବା ଆଦର୍ଶ ଆଚରଣ ବିଧି ଉଲ୍ଲଂଘନ ପ୍ରସଙ୍ଗରେ କରି ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଫେରାଦ ହୋଇଛି ବିଜେଡି । ଜାତୀୟ ଏସଟି କମିଶନ ସଦସ୍ୟ ଅନନ୍ତ ନାଏକଙ୍କ ଆସନ୍ତା ଝାରସୁଗୁଡ଼ା ଗସ୍ତ ନେଇ ଆପତ୍ତି ଉଠାଇବା ସିଇଓଙ୍କୁ ଭେଟିଛି ବିଜେଡିର ଏକ ପ୍ରତିନିଧି ଦଳ । ବିଜେଡିର ଦାବି ଅନୁସାରେ ଜାତୀୟ ଏସଟି କମିଶନ ସଦସ୍ୟ ଅଛନ୍ତି ଅନନ୍ତ ନାଏକ । ମେ’ ୧୦ତାରିଖରେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଭୋଟ ନିଆଯିବ । ଏହା ପରେ ହିଁ ସେ ଝାରସୁଗୁଡ଼ା ଯାଇପାରିବେ ।

କିନ୍ତୁ ଭୋଟ ଗ୍ରହଣ ପୂର୍ବରୁ ଅନନ୍ତ ନାଏକଙ୍କୁ ଝାରସୁଗୁଡ଼ାରେ ପ୍ରବେଶ ଅନୁମତି ଦିଆ ନଯାଉ । ଅନନ୍ତ ନାଏକଙ୍କୁ ଝାରସୁଗୁଡ଼ା ଯିବାକୁ ବାରଣ କରାଯାଉ ବୋଲି ବିଜେଡି ଦାବି କରିଛି । ସେ ଝାରସୁଗୁଗଡ଼ା ଗଲେ ଏସସି/ଏସଟି ଲୋକଙ୍କୁ ପ୍ରଭାବିତ କରିପାରନ୍ତି । ସାମ୍ବିଧାନିକ ପଦରେ ଥିବାରୁ ପ୍ରଭାବିତ କରିବା ସମ୍ଭାବନା ରହିଛି । ଏହା ଉପରେ ଦୃଷ୍ଟି ଦେବାକୁ ସିଇଓଙ୍କୁ ଦାବି ଜଣାଇଛି ବିଜେଡି ।

Exit mobile version