Site icon ଆଜିକାଲି

୭ ମାସ ଦରମା ନପାଇ ଆନ୍ଦୋଳନରେ ବସିଲେ ଓଡ଼ିଶା ଆଦର୍ଶବିଦ୍ୟାଳୟ ଚତୁର୍ଥ ଶ୍ରେଣୀ କର୍ମଚାରୀ 

କେନ୍ଦୁଝର,  ଦୀର୍ଘ ୭ ମାସ ଧରି ଦରମା ନପାଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ଧାରଣାରେ ବସିଲେ କେନ୍ଦୁଝର ଜିଲ୍ଲା ଆଦର୍ଶ ବିଦ୍ୟାଳୟ ୪ର୍ଥ ଶ୍ରେଣୀ କର୍ମଚାରୀ ସଂଘର କର୍ମୀ ମାନେ। ବାରମ୍ବାର ପ୍ରଶାଶନର ପ୍ରତିଶୃତି ଓ ବୁଝାମଣା ସତ୍ବେ ପ୍ରଶାସନର ନିର୍ଦ୍ଦେଶକୁ ମାନୁ ନାହିଁ ନିଯୁକ୍ତି ଦେଇଥିବା ଠିକାସଂସ୍ଥା । ବାରମ୍ବାର ପ୍ରତିଶୃତି ପରେ ବକେୟା ପ୍ରାପ୍ଯ ନ ମିଳିବାରୁ ପରିବାର ପ୍ରତିପୋଷଣ କରିବାରେ ବିଭିନ୍ନ ଅସୁବିଧାର  ସମ୍ମୁଖିନ ହେଉଥିବା କଥା କହିଛନ୍ତି ସଦସ୍ୟ ଚିରଞ୍ଜିବ ସାହୁ। ବକେୟା ପ୍ରାପ୍ୟ ନ ମିଳିବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରୀରହିବ ବୋଲି ଓଡିଶା ଆଦର୍ଶ ବିଦ୍ୟାଳୟ, ଓରିଆ, ତେଲକୋଇ ର କର୍ମଚାରୀ ସୁବାଷଚନ୍ଦ୍ର ବେହେରା ଦୃଢକ୍ତି ପ୍ରକାଶ କରିଛନ୍ତି ।

Exit mobile version