କେନ୍ଦୁଝର, (ନିପ୍ର) ବିଭିନ୍ନ ଦାବିରେ ଜିଲ୍ଲା କେନ୍ଦୁପତ୍ର କର୍ମଚାରୀ ସଂଘର କେନ୍ଦୁଝର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ । ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ଶତାଧିକ ମହିଳା ଓ ପୁରୁଷ କେନ୍ଦୁପତ୍ର କର୍ମଚାରୀମାନେ କାଳୀପଡ଼ିଆ ରୁ ହାତରେ ପ୍ଲାକାର୍ଡ଼ ଧରି ଶୋଭାଯାତ୍ରରେ ଆସି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ସରକାର କେନ୍ଦୁପତ୍ର କର୍ମଚାରୀଙ୍କୁ ବୋନସ୍ ପ୍ରଦାନ କରିବା, କର୍ମଚାରୀଙ୍କୁ ସର୍ବନିମ୍ନ ମଜୁରୀ ଦୀର୍ଘ ୫ ବର୍ଷ ଧରି ନମିଳିବା, କେନ୍ଦୁପତ୍ର ଉପରୁ ଜିଏସଟି ପ୍ରତ୍ୟାହାର କରିବା ଭଳି ଦାବିକୁ ନେଇ ଓଡ଼ିଶା କେନ୍ଦୁପତ୍ର କର୍ମଚାରୀ ସଂଘ, କେନ୍ଦୁଝର ଜିଲ୍ଲା ଡ଼ିଭିଜନ୍ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଶେଷରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଥିଲା ।