Site icon ଆଜିକାଲି

କ୍ରଶର ବନ୍ଦ ଦାବିରେ ସ୍କୁଲ ଗେଟ୍‌ରେ ତାଲା ପକାଇଲେ ଗାଁ ଲୋକ

କେନ୍ଦୁଝର, କେନ୍ଦୁଝର ଜିଲା ପାଟଣା ତହସିଲ ଟାଙ୍ଗରପଡ଼ା ଆରଆଇ ସର୍କଲ ଅନ୍ତର୍ଗତ ଅଙ୍କୁରା ସ୍କୁଲ ସାହି ନିକଟରେ ଥିବା ଏକ ଠିକାସଂସ୍ଥାର କ୍ରଶର ପାଇଁ ନିକଟ ହୁଡ଼ିରେ ରବିବାର ଅପରାହ୍ନରେ ଡିନାମାଇଟ ବ୍ଲାଷ୍ଟ କରିବା ସମୟରେ ଅଘଟଣ ଘଟିଥିଲା। ବ୍ଲାଷ୍ଟିଂ ଫଳରେ ୫ରୁ ଊର୍ଦ୍ଧ୍ୱ ଲୋକଙ୍କ ଘର କାନ୍ଥ ଫାଟିଯାଇଥିଲା। କ୍ରଶର ବନ୍ଦ ଦାବିରେ ଉତ୍ତେଜିତ ଲୋକେ ୨ କ୍ରଶର କର୍ମଚାରୀଙ୍କୁ ଅଟକ ରଖିଥିଲେ। ରବିବାର ରାତିରେ ଏସ୍‌ଡିପିଓ ଆଲୋକ ଜେନା ଲୋକଙ୍କୁ ବୁଝାସୁଝା କରି ଥାନାକୁ ନେଇଛନ୍ତି। ସୋମବାର ସକାଳୁ ମଧ୍ୟ ଗାଁରେ ଉତ୍ତେଜନା ଲାଗି ରହିଥିବା ବେଳେ ଘଟଣାସ୍ଥଳରେ କୌଣସି ପ୍ରଶାସନିକ ଅଧିକାରୀ ପହଞ୍ଚି ନାହାନ୍ତି। କ୍ରଶର ବନ୍ଦ ଓ ଜୀବନ ପ୍ରତି ଭୟ ଥିବା ଆଶଙ୍କା କରି ଅଙ୍କୁରା ଉଚ ପ୍ରାଥମିକ ବିଦ୍ୟାଳୟର ଗେଟ୍‌ରେ ଲୋକେ ତାଲା ପକାଇ ଦେଇଛନ୍ତି। ଏନେଇ ସ୍କୁଲ ଶିକ୍ଷକ ଯୁଧିଷ୍ଠିର ମହାନ୍ତଙ୍କୁ ପଚାରିବାରୁ ସ୍କୁଲ ଭିତରେ କ୍ରଶର ପାଇଁ ହୁଡ଼ିରେ ବ୍ଲାଷ୍ଟ ହେଉଥିବା ପଥର ପଡୁଥିବାରୁ ସ୍କୁଲରେ ତାଲା ପକାଇଥିବା ନେଇ ଦରଖାସ୍ତକୁ ପାଟଣା ବିଇଓ ପୂର୍ଣ୍ଣଚନ୍ଦ୍ର ଅମାନ୍ତଙ୍କୁ ପ୍ରଦାନ କରାଯାଇଛି। ଘଟଣାସ୍ଥଳରେ ପାଟଣା ତହସିଲଦାର ତାପସ ରଞ୍ଜନ ଦେହୁରୀ ଓ ଏସ୍‌ଡିପିଓ ଆଲୋକ ଜେନା ପହଞ୍ଚି ପ୍ରଭାବିତଙ୍କ ଘର ପରିଦର୍ଶନ କରିଛନ୍ତି।

Exit mobile version