Site icon ଆଜିକାଲି

ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ପକ୍ଷରୁ ୨୧ଦଫା ଦାବି ନେଇ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷଭ ପଦର୍ଶନ

କେନ୍ଦୁଝର, ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ପକ୍ଷରୁ ୨୧ଦଫା ଦାବି ନେଇ କେନ୍ଦୁଝର ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷଭ ପଦର୍ଶନ କଲା ରାଷ୍ଟ୍ରିୟ ଏକତା ପରିଷଦ।ସମାନ ନାଗରିକ ସଂହିତା ଏବଂ ମଣିପୁର ରେ ଆଦିବାଦୀ ମାନଙ୍କ ଉପରେ ଅତ୍ୟାଚାର ଭଳି ୨୧ଟି ଦାବି କୁ ନେଇ ଜିଲ୍ଲାପାଳ ଙ୍କ ସମ୍ମୁଖରେ ବିକ୍ଷଭ ପଦର୍ଶନ କରାଲା ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ର କେନ୍ଦୁଝର ଶାଖା।ଏହି ସଂଗଠନର ବହୁକାର୍ଯ୍ୟକର୍ତ୍ତା ଗୁରୁବାର ଦିନ ଏକ ଶୋଭାଯାତ୍ରାରେ ଆସି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷଭ ପଦର୍ଶନ କରିବା ସହିତ ଜିଲ୍ଲାପାଳ ଙ୍କୁ ଏକ ପ୍ରତିନିଧି ଦଳ ୨୧ଦଫା ଦାବିପତ୍ର ପ୍ରଦାନ କରିଥିଲେ।ମଣିପୁର ହିଂସାକୁ ବିରୋଧ କରି ଭିମ ଆରମିର ଜିଲ୍ଲା ସଭାପତି ସତ୍ୟବ୍ରତ ଜେନା ସରକାର ଙ୍କୁ ସମାଲୋଚନା କରିବା ସହିତ ଏହାର ଆସୁ ସମାଧାନ ପାଇଁ ଚେତାବନୀ ଦେଇଥିଲେ।ତେବେ ଏହି ଦାବି ଗୁଡିକ ପୂରଣ ନହେଲେ ୭ଅଗଷ୍ଟକୁ ଦେଶବ୍ୟାପୀ ବନ୍ଦ କରାଯିବାକୁ ଆହ୍ବାନ ଦେଇଛନ୍ତି।ଏଥିରେ ସଭାପତି ବିଜୟ କୁମାର ହେମ୍ବ୍ରମ,ଭିମ ଆରମି ଜିଲ୍ଲା ସଭାପତି ସତ୍ୟବ୍ରତ ଜେନା,ସଂମ୍ପାଦକ କେନ୍ଦୁଝରସଦର ଅଭୟ ଜେନା,ରମେଶ ଲାଗୁରୀ,ସଂଞ୍ଜୟ ଗାଗରାଇ,ନନ୍ଦୁ ମୁଣ୍ତା,ମାଣିକ ବଦ୍ରା,ପାର ହାଂସଦା,ଧନୁଞ୍ଜୟ ମୁଣ୍ତା,ନାରାୟଣ ମୁଣ୍ତା,ଲକ୍ଷ୍ମଣ ବାଙ୍କୁରା,ବିଭୁତି ହେମ୍ରମ,ନନ୍ଦକିଶୋର ହେମ୍ରମ,କରିଆ ମୁଣ୍ତା ସମେତ ଅନ୍ୟନେତୃତ୍ବମାନେ ଅଭିଭାଷଣ ରଖିବା ସହିତ ବିଭିନ୍ନ ପ୍ରକାରନାରା ଦେଇଥିଲେ।

Exit mobile version