Site icon ଆଜିକାଲି

ସୋସିଆଲ ମିଡିଆରେ ଜାତିପ୍ରଥା କୁ ଆକ୍ଷେପ ପ୍ରତିବାଦରେ ମାମଲା   

କେନ୍ଦୁଝର, ସୋସିଆଲ ମିଡିଆରେ ଜାତିପ୍ରଥା କୁ ଆକ୍ଷେପ କରାଯାଇଥିବା ପ୍ରତିବାଦରେ ରବିବାର ଦିନ ଟାଉନ ଥାନାରେ ଅଭିଯୋଗ ହୋଇଛି। ଏହି ଘଟଣାରେ କେନ୍ଦୁଝର ଅନୁସୂଚିତ ଜାତି ଏକତା ମଂଚର ସଭ୍ୟଗଣ ଲିଖିତ ଅଭିଯୋଗ ପ୍ରଦାନ କରିଛନ୍ତି।ପ୍ରକାଶଯେ’ କିଛିଦିନ ତେଳେ ଜାତିକୁ ଆକ୍ଷେପ କରି ଅଶ୍ଲିଳ ଭାଷରେ ସମାଜର ମା’ଭଉଣୀ ମାନଙ୍କୁ ନେଇ ଶୁଣିବା ସହିତ ଦେଖିବାକୁ ମିଳିଛି। ଏହା ସମାଜକୁ କଳୁଷିତ ଅପମାନିତ କରୁଥିବା ଅନୁସୂଚିତ ଜାତି ଏକତା ମଂଚ ଅଭିଯୋଗ କରିଛି । ଏହା ଦେଖିଲା ପରେ ପାତ୍ର ସମାଜ ଅପମାନିତ ହୋଇଥିବା ଜଣାପଡିଛି । ଭାରତୀୟ ସମ୍ବିଧାନରେ ଜାତିଭେଦ ଉଚ୍ଛେଦ ପାଇଁ ପଦକ୍ଷେପ ନିଆଯାଇଥିଲେହେଁ ତାକୁ ବେଖାତିର କରି ଶ୍ରୀ ପ୍ରକାଶ ଚନ୍ଦ୍ର ଖିଲାର ନାମକ ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ ପୋଷ୍ଟ ଜାରି କରିଥିବାରୁ ପାତ୍ର ସମାଜ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। ତୁରନ୍ତ ପ୍ରକାଶ ଙ୍କ ବିରୁଦ୍ଧରେ ପୋଲିସ ପ୍ରଶାସନ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଅନୁସୂଚିତ ଜାତି ଏକତା ମଂଚ ସଂପାଦକ ନିରୋଜ ଚନ୍ଦ୍ର ବେହେରା,କୋଷାଧ୍ୟକ୍ଷ ସୁଢଳ କୁମାର ସେଠୀ,ଉପସଭାପତି ଶ୍ରୀନିବାସ ମୁଖି,ସହସମ୍ପାଦକ ହେମନ୍ତ କୁମାର ଜେନା,ମିଡିଆ ସଂଯାେଜକ ପୁର୍ଣ୍ଣଚନ୍ଦ୍ର ଦାସ,ସହସମ୍ପାଦକ ରଞ୍ଜନ କୁମାର ବେହେରା,ସହକୋଷାଧ୍ୟକ୍ଷ ଖିରୋଦ ଚନ୍ଦ୍ର ପାତ୍ର ଦାବି କରିଛନ୍ତି।

Exit mobile version