Site icon ଆଜିକାଲି

ଦଶ ଦଫା ଦାବିନେଇ ଜୀଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖ ରେ ବିକ୍ଷୋଭ ପ୍ରଦର୍ଶନ କଲେ ସର୍ବଭାରତୀୟ ମାଝୀ ପାରଗାନା ମାହାଲ ।

କେନ୍ଦୁଝର, ସାନ୍ତାଳୀ ଭାଷା ଆଲଚିକି ଲିପି ମାଧ୍ୟମରେ KG ରୁ PG ପର୍ଯ୍ୟନ୍ତ ପ୍ରଣୟନ, ବେଙ୍ଗଲୀ, ତେଲଗୁ, ଉର୍ଦ୍ଦୁ ଭାଷା ପରିସଂଖ୍ୟା ଲଘୁଭାଷା ର ମାନ୍ୟତା, ସାନ୍ତାଳୀ ଭାଷା ଉନ୍ନତି ନିମନ୍ତେ ବୋର୍ଡ଼ ବା କାଉଁସିଲ ଗଠନ, ୨୦୦୭ରେ ନିଯୁକ୍ତି ପାଇଥିବା ଅଲଚିକି ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କୁ ନିୟମିତ କରିବା, ଜନଗଣନା ସମୟରେ ସାରନା ଧର୍ମ କଲମ କୋର୍ଡ ରଖିବା ପାଇଁ ବିଧାନ ସଭାରେ ବିଲ ଆଗତ କରି କେନ୍ଦ୍ର ସରକାରଙ୍କୁ ପଠାଇବା,opsc ଓ ssc ଆଦି ପରୀକ୍ଷାରେ ଆଲ୍‌ଚିକି ଭାଷାକୁ ସାମିଲ୍‌ କରିବା, ୨୦୦୬ ଜଙ୍ଗଲ ଆଇନ୍ କୁ ସଂଶୋଧନ ନ କରିବା, ଜାତୀୟ ଶିକ୍ଷାନିତୀ ୨୦୨୦ରେ ଆଲ୍ ଚିକି ଭାଷାକୁ ସ୍ଥାନ ଦେବା ଆଦି ୧୦ ଦଫା ଦାବି ସହ ସରକାରଙ୍କ ଦ୍ଵାରା ପ୍ରସ୍ତାବିତ UCC ଆଇନ୍ କୁ ବିରଧ କରି ଏକ ବିଶାଳ ରାଲି ରେ ଧରଣୀଧର ବିଶ୍ଵବିଦ୍ୟାଳୟ ନିକଟରୁ ବାହାରି ପାରମ୍ପାରିକ ବାଦ୍ୟ ମାଦଲ ଓ ନାଗରା ବଜାଇ ହାତରେ ଧନୁତୀର, ବାଲା, ଖଣ୍ଡା, ଧରି ଆସି ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିବା ସହ ମହାମହିମ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୂକ୍ଷମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ସଦର ବିଧାୟକ ମୋହନ ଚରଣ ମାଝୀ ତଥା ସଂଗଠନର ବରିଷ୍ଠ କର୍ଯ୍ୟକର୍ତା ତଥା ସହ ସହ କର୍ମୀ ଏହି ପ୍ରଦର୍ଶନ ରେ ଉପସ୍ଥିତ ଥିଲେ ।

Exit mobile version