Site icon ଆଜିକାଲି

୨୪ ଓ ୨୫ରେ ମା’ ଦକ୍ଷିଣକାଳୀଙ୍କ ପୂଜା

ପୁରୀ : ପୁରୀ ସତ୍ୟବାଦୀ ବୀରଗୋବିନ୍ଦପୁରର ପ୍ରସିଦ୍ଧ ଦକ୍ଷୀଣ କାଳୀଙ୍କ ପୀଠ କାଳୀ ପୂଜା ପାଇଁ ଚଳଚଞ୍ଚଳ । ଆସନ୍ତା ୨୪ ଓ ୨୫ ତାରିଖରେ ମା’ ଦକ୍ଷିଣକାଳୀଙ୍କ ପୂଜା ଅନୁଷ୍ଠିତ ହେବ । କରୋନା କଟକଣା ପାଇଁ ଗତ ୨ ବର୍ଷ ବିନା ଭକ୍ତରେ ମା’ଙ୍କ ପୂଜା କରାଯାଇଥିଲା । ତେବେ କଟକଣା ହଟିଥିବାରୁ ଚଳିତ ବର୍ଷ ଅଧିକ ସଂଖ୍ୟକ ଶ୍ରଦ୍ଧାଳୁଙ୍କ ସମାବେଶକୁ ଲକ୍ଷ୍ୟ କରି ପୁରୀ ଜିଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି ।

ଶାନ୍ତି ଶୃଙ୍ଖଳାର ସହ ଯାତ୍ରା ପରିଚାଳନା ପାଇଁ ମା’ ଦକ୍ଷିଣକାଳୀଙ୍କ ମନ୍ଦିର ପ୍ରାଙ୍ଗଣରେ ପ୍ରସ୍ତୁତି ବୈଠକ ବସିଥିଲା । ଚଳିତବର୍ଷ ଦେବୀଙ୍କ ପୂଜା ସମୟରେ ସୂର୍ଯ୍ୟ ପରାଗ ରହିଥିବାରୁ ଦେବନୀତି ନେଇ ଆଲୋଚନା ହୋଇଥିଲା । ପୂଜା ପୂର୍ବରୁ ରାସ୍ତା ମରାମତି, ଆଲୋକ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ ଓ ପରିମଳ, ଆଇନ ଶୃଙ୍ଖଳା ନିୟନ୍ତ୍ରଣ, ଟ୍ରାଫିକ ନିୟନ୍ତ୍ରଣ ଓ ଆଶୁ ଚିକିତ୍ସା କେନ୍ଦ୍ର ଖୋଲାଯିବା ନେଇ ନିଷ୍ପତ୍ତି ହୋଇଛି ।

Exit mobile version