Site icon ଆଜିକାଲି

ସରବତ୍ ଖାଲସା ବୈଠକ ନେଇ ଅମୃତପାଲ ସିଂର ଆହ୍ବାନ ପରେ ପଞ୍ଜାବ ପୋଲିସ ଆଲର୍ଟ, ଏପ୍ରିଲ ୧୪ ପର୍ଯ୍ୟନ୍ତ ସବୁ କର୍ମଚାରୀଙ୍କ ଛୁଟି ବାତିଲ

ନୂଆଦିଲ୍ଲୀ: ଫେରାର୍ ଖଲିସ୍ତାନ ସମର୍ଥକ ଅମୃତପାଲ ସିଂ ଆସନ୍ତା ୧୪ ତାରିଖରେ ଶିଖମାନଙ୍କ ସର୍ବୋଚ୍ଚ ଧାର୍ମିକ ସଂସ୍ଥା ‘ଅକାଲ ତଖତ’ ମୁଖିଆ ମାନଙ୍କ ଏକ‌ ବୈଠକ (ସରବତ୍ ଖାଲସା) ଡାକିଥିବାରୁ ପଞ୍ଜାବ ପୋଲିସ ଆଲର୍ଟ ରହିଛି । ପଞ୍ଜାବ ଡିଜି ସମସ୍ତ ପୋଲିସ କର୍ମଚାରୀଙ୍କୁ ସତର୍କ ରହିବାକୁ କହିଛନ୍ତି । ପଞ୍ଜାବ ପୋଲିସର ସମସ୍ତ ଗେଜେଟେଡ୍, ଅଣ ଗେଜେଟେଡ୍ ଅଫିସର ମାନଙ୍କ ଛୁଟି ଏପ୍ରିଲ ୧୪ ପର୍ଯ୍ୟନ୍ତ ବାତିଲ କରାଯାଇଛି। ଆସନ୍ତା ୧୪ ପର୍ଯ୍ୟନ୍ତ କୌଣସି ଛୁଟି ଆବେଦନ ନ‌ କରିବାକୁ ପୋଲିସ ମୁଖ୍ୟମାନଙ୍କୁ କୁହାଯାଇଛି । ପୂର୍ବରୁ ଅନୁମୋଦିତ ସବୁ ପ୍ରକାର ଛୁଟି ମଧ୍ୟ ତୁରନ୍ତ ବାତିଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ତେବେ ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟି (ଏସଜିପିସି) କହିଛି ଯେ କେବଳ ଅକଲ ତଖତ ମୁଖିଆ ହିଁ “ସରବତ୍ ଖାଲସା” ବୈଠକ ଡାକିପାରିବେ । ଏପରି ବୈଠକ ଡାକିବାକୁ ଅନ୍ୟ କାହାର ଅଧିକାର ନାହିଁ । ଫେରାର ଅମୃତପାଲ ସିଂ ନିକଟରେ ସୋସିଆଲ ମିଡିଆରେ ଦୁଇଟି ଭିଡିଓ ବାର୍ତ୍ତାରେ ଶିଖ୍ ସମ୍ପ୍ରଦାୟ ସହ ଜଡିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ପାଇଁ “ସରବତ୍ ଖାଲସା”ର ଏକ ବୈଠକ ଡାକିବାକୁ ଦାବି କରିଥିଲା ।

Exit mobile version