Site icon ଆଜିକାଲି

ପୁରୀ -କୋଣାର୍କ ରେଳ ଲାଇନକୁ କେନ୍ଦ୍ରର ମଞ୍ଜୁରୀ, ଚାଲିବ ଭିଷ୍ଟାଡୋମ୍ ଟ୍ରେନ

Railway line in morning fog in rural Bavaria, Germany

ଭୁବନେଶ୍ୱର – ପୁରୀରୁ କୋଣାର୍କ ଯାଏଁ ନୂଆ ରେଳ ଲାଇନ୍ ପାଇଁ କେନ୍ଦ୍ର ସରକାର ମଞ୍ଜୁରୀ ଦେଇଛନ୍ତି । ଏହି ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଞ୍ଜୁରୀ ଦେଇଛନ୍ତି ବୋଲି କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି । ପୁରୀ -କୋଣାର୍କ ନୂଆ ରେଳ ଲାଇନ୍ ନିର୍ମାଣ ହେଲେ ସେଥିରେ ଭିଷ୍ଟାଡୋମ୍ ଟ୍ରେନ ଚଳାଚଳ କରାଯିବ । ଏଭଳି ଟ୍ରେନର ବଗିର ଉଭୟ ପାର୍ଶ୍ଵ ଓ ଛାତ କାଚରେ ନିର୍ମିତ ହୋଇଥିବାରୁ ପର୍ଯ୍ୟଟକମାନେ ଟ୍ରେନ ଭିତରୁ ବାହାରର ଦୃଶ୍ୟ ଦେଖିପାରିବେ ବୋଲି କେନ୍ଦ୍ର ରେଳ ମନ୍ତ୍ରୀ ସାମ୍ବାଦିକଙ୍କୁ ସୂଚନା ଦେଇଛନ୍ତି। ୩୨ କିଲୋମିଟର ରେଳ ଲାଇନ୍‌ ପାଇଁ କେନ୍ଦ୍ର ସରକାର ୪୯୨ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ଏହି ପ୍ରକଳ୍ପ ପାଇଁ ୨୧୫ ହେକ୍ଟର ଜମି ଆବଶ୍ୟକ ବୋଲି ରେଳ ମନ୍ତ୍ରୀ କହିଛନ୍ତି।

Exit mobile version