Site icon ଆଜିକାଲି

ଆଜି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ, ଅଧ୍ୟକ୍ଷତା କରିବେ ମହାରାଜା ଦିବ୍ୟସିଂହ ଦେବ

ପୁରୀ : ଆଜି ବସୁଛି ଶ୍ରୀମନ୍ଦିର ପରିଚାଳନା କମିଟିର ଗୁରୁତ୍ବପୂର୍ଣ୍ଣ ବୈଠକ। ପୁରୀ ନିଳାଦ୍ରୀ ଭକ୍ତ ନିବାସରେ ପୂର୍ବାହ୍ନ ୧୧ଟାରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ବୈଠକ ବସି ଆଲୋଚନା କରାଯିବ। ବୈଠକରେ ୧୭ରେ ହେବାକୁ ଥିବା ଯାତ୍ରୀ ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ଉତ୍ସବ ଚୂଡାନ୍ତ ହେବ। ଗତକାଲି ଗଜପତି ଦିବ୍ୟସିଂହ ଦେବ ଗ୍ରାଉଣ୍ଡ ଜିରୋରେ ଶ୍ରୀସେତୁ, ଯାତ୍ରୀ ପରିକ୍ରମା ମାର୍ଗ କାର୍ଯ୍ୟ ଅନୁଧ୍ୟାନ କରିବା ସହ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ସମୀକ୍ଷା ବୈଠକ କରିଥିଲେ। ପରେ ସନ୍ଧ୍ୟାରେ ଶ୍ରୀନହରରେ ନୀତି ସବ କମିଟି ବୈଠକ ବସିଥିଲା।

ଏହା ପୂର୍ବରୁ ୧୫ ତାରିଖରୁ ତ୍ରିଦିନାତ୍ମକ ପୂଜାର୍ଚ୍ଚନା ଓ ହୋମଯଜ୍ଞ ଆରମ୍ଭ ହେବ। ପୂର୍ଣ୍ଣାହୁତି ଦେବେ ଗଜପତି ମହାରାଜା। ଶ୍ରୀମନ୍ଦିର ଚାରିଦ୍ବାରରେ ବେଦ ପାରାୟଣ କରାଯିବ। ଆଜି ଅନୁଷ୍ଠିତ ହେବାକୁ ଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏନେଇ ମୋହର ଲାଗିବ। ଡିସେମ୍ବର ୧୫ ସୁଦ୍ଧା କାମ ସାରିବାକୁ ପୂର୍ବରୁ ସମୀକ୍ଷା କରି 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ନିର୍ଦ୍ଦେଶ ଦେଇଥିଲେ। ନୂଆବର୍ଷରେ ଭକ୍ତଙ୍କୁ ନୂଆ ଅନୁଭୂତି ଦେବ ଯାତ୍ରୀ ପରିକ୍ରମା ମାର୍ଗ । ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ପୂର୍ବରୁ ଶ୍ରୀମନ୍ଦିର କରିଡ଼ର ପ୍ରତିଷ୍ଠା କାମ ସାରିବାକୁ ପ୍ରଶାସନ ଚ୍ୟାଲେଞ୍ଜ ଭାବେ ନେଇଛି ।

Exit mobile version