Site icon ଆଜିକାଲି

ଶ୍ରୀମନ୍ଦିର ଗର୍ଭଗୃହରେ ଖସିଲା ପଥର

ପୁରୀ : ପୁରୀ ଶ୍ରୀମନ୍ଦିରରେ ବଡ଼ ଅଘଟଣ । ଗର୍ଭଗୃହ ରତ୍ନ ସିଂହାସନ ପାଖରେ ଏକ ପଥର ଖଣ୍ଡ ଖସିପଡ଼ିଥିବା ସୂଚନା ମିଳିଛି । ଏହା ପଥର କି ଚୂନ ବୋଲି ଚର୍ଚ୍ଚା ଚାଲିଛି । ଏହି ପଥର ଖଣ୍ଡକୁ ଶ୍ରୀମନ୍ଦିର ଗାରଦରେ ଜବତ କରି ରଖାଯାଇଛି । ତେବେ ବଡ଼ ଠାକୁରଙ୍କ ପଛ ପରିକ୍ରମାରେ ଏହି ଖଣ୍ଡ ପଡ଼ିଥିବା ସୂଚନା ମିଳିଛି । ସୌଭାଗ୍ୟବଶତଃ ଏହା ଦ୍ୱାରା ବଡ଼ ଠାକୁରଙ୍କ ଶ୍ରୀଅଙ୍ଗ କିନ୍ତୁ ସୁରକ୍ଷିତ ରହିଛି । ମିଳିଥିବା ସୂଚନା ଅନୁସାେ. ଗର୍ଭଗୃହ ରତ୍ନବେଦିରେ ବଡ଼ଠାକୁର ବସିଥିବା ପଛପଟ ପରିକ୍ରମା ମାର୍ଗରୁ ମଙ୍ଗଳବାର ପ୍ରାୟ ୧୧ଟା ସମୟରେ ଏହି ପଥର ଠାବ କରାଯାଇଥିଲା । ଏହାର ଓଜନ ଦେଢ଼ କିଲୋ ହେବ ବୋଲି ଆକଳନ କରାଯାଉଛି ।

ଅନ୍ୟପଟେ ଗଳିପଡ଼ିଥିବା ଖଣ୍ଡ ପଥର ନୁହେଁ ବୋଲି ପ୍ରଶାସନ ଦାବି କରିଛି । ଏହା ଏକ ଚୂନ ଖଣ୍ଡ ହୋଇପାରେ । ଯୁକ୍ତିରେ ଦର୍ଶାଯାଇଛି ଯେ, ଶ୍ରୀମନ୍ଦିର ଗର୍ଭଗୃହ କାନ୍ଥ ପଥରରେ ନିର୍ମିତ ହୋଇଛି । ଗର୍ଭଗୃହ କାନ୍ଥରେ ପଥର ଖଣ୍ଡ ଯୋଡ଼ା ଯାଇଛି । ଗର୍ଭଗୃହ ଉପରେ ଶ୍ରୀମନ୍ଦିର ପ୍ରଥମ ମହଲା ନିବୁଜ ରହିଛି । ଗର୍ଭଗୃହର ପ୍ରଥମ ମହଲା ସମ୍ପୂର୍ଣ୍ଣ ପଥର ଖଣ୍ଡରେ ନିର୍ମିତ ହୋଇଛି । ଏହା ସହ ଗର୍ଭଗୃହରେ କୌଣସି ସ୍ଥାନରେ ଚୂନ କିମ୍ବା ପଥର ଲାଗିନାହିଁ । ଏହି ସବୁ ସ୍ଥାନରେ ଚୂନ ଲାଗିନଥିବାରୁ ଚୂନ ଖଣ୍ଡ କେଉଁଠୁ ଆସିଲା ବୋଲି ଲୋକଙ୍କ ମନରେ ପ୍ରଶ୍ନ ଉଙ୍କିମାରୁଛି ।

Exit mobile version