ପୁରୀ: ସୁନାବେଶ ନୀତି ନିର୍ଘଣ୍ଟ । ବୁଧବାର ସକାଳ ୬ଟାରୁ ଆରମ୍ଭ ହେବ ମଙ୍ଗଳ ଆଳତୀ ନୀତି । ଦିନ ୧୦ଟା ୩୦ ସୁଦ୍ଧା ଗୋପାଳ ବଲ୍ଲଭ ଭୋଗ ନୀତି । ସେହିପରି ଦିନ ୨ଟାରୁ ୩ଟା ମଧ୍ୟରେ ମଧ୍ୟାହ୍ନ ଧୂପ ନୀତି । ଆଉ ସନ୍ଧ୍ୟା ୫ଟାରୁ ୬ଟା ମଧ୍ୟରେ ହେବ ସୁନାବେଶ । ରାତି ୧୦ଟା କିମ୍ବା ୧୧ଟା ଯାଏଁ ଦୁର୍ଲଭ ବେଶ ଦର୍ଶନ । ତେବେ ରଥରେ ଚତୁର୍ଦ୍ଧା ବିଗ୍ରହଙ୍କ ସୁନ୍ଦର ସୁନାବେଶ ଦର୍ଶନ ପାଇଁ ପୁରୀରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ହେବ । ଭିଡ଼ ନିୟନ୍ତ୍ରଣ ପ୍ରଶାସନ ପାଇଁ ଏକ ବଡ ଚ୍ୟାଲେଞ୍ଜ ହୋଇଛି। ଭକ୍ତଙ୍କ ପାଇଁ ସ୍ୱତନ୍ତ୍ର ଟ୍ରାଫିକ୍ ବ୍ୟବସ୍ଥା କରାଯାଇଛି ।
ପୂର୍ବଭଳି ମେଡିକାଲ ଛକରୁ ଚାଲି ଚାଲି ଯିବେ ଭକ୍ତ । ଏଥିପାଇଁ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଛି । ମେଡିକାଲ ଛକରୁ ଶ୍ରୀମନ୍ଦିର ମଧ୍ୟରେ ବଡଦାଣ୍ଡକୁ ସଂଯୋଗ କରୁଥିବା ରାସ୍ତାକୁ ସିଲ କରାଯାଇଛି । ଆବଶ୍ୟକ ପଡିଲେ ଶ୍ରୀମାର୍ଗକୁ ବ୍ୟବହାର କରାଯିବ । ଅଧିକ ଭିଡ଼ ହେଲେ ଲୋକଙ୍କୁ ବାହାର କରିବା ପାଇଁ ସିଲ ହୋଇଥିବା ରାସ୍ତାକୁ ମଧ୍ୟ ବ୍ୟବହାର କରାଯିବ ବୋଲି କହିଛନ୍ତି ପୁରୀ ଏସପି ପିନାକ ମିଶ୍ର ।