Site icon ଆଜିକାଲି

ସରିଲା ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ରାଡର୍‌ ସର୍ଭେ

ଭୁବନେଶ୍ୱର : ସରିଲା ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ରାଡର୍‌ ସର୍ଭେ। ଦୁଇ ଦିନ କାଳ ୩ଟି ଆଣ୍ଟିନା ମାଧ୍ୟମରେ ସର୍ଭେ କରି ଡାଟା ଜେନେରେଟ୍‌ କରିଛି ଏନଜିଆରଆଇ ଟିମ୍‌। ଚୂଡାନ୍ତ ରିପୋର୍ଟ ଆସିବା ପରେ ଦୂର ହେବ ରତ୍ନ ଭଣ୍ଡାର ଗୁପ୍ତ ସୁଡ଼ଙ୍ଗ ଓ ଗୁପ୍ତ କୋଠରୀ ସଂଶୟ। ୭ଟି ଷ୍ଟେଜରେ ସଂଗ୍ରହ ହୋଇଥିବା ସର୍ଭେ ଡାଟାକୁ ଲାବ୍‌ରେ ତର୍ଜମା କରାଯିବା ପରେ ମିଳିବ ପ୍ରକୃତ ତଥ୍ୟ।

ରତ୍ନ ଭଣ୍ଡାର ଚଟାଣ ତଳେ କ’ଣ ରହିଛି? ସେ ନେଇ ଖୁବ୍‌ ଶୀଘ୍ର ଚୁଡାନ୍ତ ରିପୋର୍ଟ ଦେବ ଏନଜିଆରଆଇ ଟିମ୍‌। ଇଲେକ୍ଟ୍ରି ମ୍ୟାଗ୍ନେଟିକ୍‌ ୱେଭ୍‌ ମାଧ୍ୟମରେ ଡାଟା ସଂଗ୍ରହ କରାଯାଇଛି। ଡାଟା ଇମେଜ କ୍ଵାଲିଟିକୁ ଲାବ୍‌ରେ ଆସେମ୍ବଲ୍‌ କରାଯିବା ପରେ ଚୁଡାନ୍ତ ରିପୋର୍ଟ ପ୍ରସ୍ତୁତ କରିପାରିବେ ଏନଜିଆରଆଇ ବିଶେଷଜ୍ଞ। ଉଭୟ ଭିତର ଓ ବାହାର ରତ୍ନ ଭଣ୍ଡାରରେ ରାଡର ସର୍ଭେ କରାଯାଇଛି।

Exit mobile version