Site icon ଆଜିକାଲି

ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ । ଏନେଇ ଶୁକ୍ରବାର ଲୋକସଭା ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । କୋର୍ଟଙ୍କ ରାୟ ପ୍ରକାଶ ଦିନ ଅର୍ଥାତ୍ ମାର୍ଚ୍ଚ ୨୩, ୨୦୨୩ ଠାରୁ ସେ ସଂସଦ ଭାବେ ଅଯୋଗ୍ୟ ହୋଇଛନ୍ତି ବୋଲି ଏହି ବିଜ୍ଞପ୍ତିରେ କୁହାଯାଇଛି । ରାହୁଲ ଗାନ୍ଧୀ କେରଳର ଓ୍ବୟନାଡରୁ ଲୋକସଭା ସାଂସଦ ଥିଲେ ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ସାଙ୍ଗିଆ ନେଇ ଚାରି ବର୍ଷ ତଳେ ଏକ ବିବାଦୀୟ ବୟାନ ପାଇଁ ଏକ ଅପରାଧିକ ମାନହାନି ମାମଲାରେ ଗୁରୁବାର ସୁରଟର ଏକ କୋର୍ଟ ରାହୁଲଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ଦେଇଥିଲେ । ଅବଶ୍ୟ କୋର୍ଟ ତାଙ୍କୁ ଜାମିନ ଦେଇଥିଲେ ଓ ଏହି ରାୟ ବିରୋଧରେ ଅପିଲ କରିବା ପାଇଁ ୩୦ ଦିନ ସମୟ ଦିଆଯାଇଥିଲା ।

୨୦୧୩ରେ ସୁପ୍ରିମକୋର୍ଟ ଏକ ଗୁରୁତ୍ବପୂର୍ଣ୍ଣ ରାୟରେ କହିଥିଲେ ଯେ ଯଦି ବିଧାୟକ, ବିଧାନ ପରିଷଦର ସଦସ୍ୟ କିମ୍ବା ଜଣେ ସାଂସଦଙ୍କୁ କୌଣସି ଅପରାଧିକ ମାମଲାରେ ଦୁଇ ବର୍ଷରୁ ଅଧିକ ଜେଲ ଦଣ୍ଡାଦେଶ ହୁଏ, ତେବେ ତାଙ୍କ ସଦସ୍ୟତା ରଦ୍ଦ ହେବ।

Exit mobile version