Site icon ଆଜିକାଲି

କଇଁଛ ଚୋରା ଚାଲାଣ ବେଳେ ଚଢ଼ାଉ : ୧୧୯ କଇଁଛ ଜବତ, ଜଣେ ଗିରଫ

ଉମରକୋଟ : ନବରଙ୍ଗପୁର ଜିଲା ଉମରକୋଟ ବନ ବିଭାଗକୁ ବଡ଼ ସଫଳତା । କଳାହାଣ୍ଡି ଜିଲାରୁ ନବରଙ୍ଗପୁର ଜିଲାର ରାଇଘରକୁ କଇଁଛ ଚୋରା ଚାଲାଣ ହେଉଥିବା ସମୟରେ ଉମରକୋଟ ବନ ବିଭାଗ ଏହାକୁ ଧରିବାରେ ସଫଳ ହୋଇଛି ।

ବନ ବିଭାଗ ଦ୍ଵାରା ମୋଟ ୧୧୯ଟି କଇଁଛ ଜବତ କରାଯାଇଥିବା ସହ ରାଜେଶ ଦାସ ନାମକ ଜଣେ କଇଁଛ ଚାଲାଣ କରି ଗିରଫ କରିଛି । ବ୍ୟକ୍ତି ଜଣକ କଳାହାଣ୍ଡିରୁ ରାଇଘରକୁ ଏକ ବାଇକ୍ ଦ୍ଵାରା ଏହି କଇଁଛ ଚାଲାଣ କରୁଥିବା ସମୟରେ ଉମରକୋଟର ନୁଆଗୁଡ଼ା ଛକ ନିକଟରେ ମାଡ଼ି ବସିଥିଲା ବନ ବିଭାଗ । ଅଭିଯୁକ୍ତ ରାଜେଶ ଦାସଙ୍କୁ ଗିରଫ କରିବା ସହ । ଜବତ କଇଁଛ ମାନଙ୍କୁ ପରୀକ୍ଷା ନିରୀକ୍ଷା କରାଯିବ ବୋଲି କହିଛନ୍ତି ଉମରକୋଟ ବନାଞ୍ଚଳ ଅଧିକାରୀ ଅନୁପ ସିଂ ପୂଝାରୀ ।

Exit mobile version