Site icon ଆଜିକାଲି

ବରଗଡରେ ରେଳ ଦୁର୍ଘଟଣା, ମାଲବାହୀ ଟ୍ରେନ୍‌ର ୫ଟି ବଗି ଲାଇନ୍‌ଚ୍ୟୁତ

ବରଗଡ଼ : ବାଲେଶ୍ବର ଜିଲା ବାହାନଗା ଟ୍ରେନ୍ ଟ୍ରାଜେଡି ଲୋକଙ୍କ ମନରୁ ନଲିଭିଣୁ ପୁଣି ଏକ ରେଳ ଦୁର୍ଘଟଣାର ଶିକାର ହୋଇଛି । ବରଗଡ ଜିଲ୍ଲା ମେଣ୍ଢାପାଲି ନିକଟରେ ଚୂନପଥର ବୋଝେଇ ମାଲବାହୀ ଟ୍ରେନ୍‌ଟି ଦୁର୍ଘଟଣାଗ୍ରସ୍ତ ହୋଇଛି । ଡଙ୍ଗୁରି ଚୂନପଥର ଖଣିରୁ ବରଗଡ ଯାଉଥିବା ବେଳେ ମାଲବାହୀ ଟ୍ରେନ୍‌ଟି ଦୁର୍ଘଟଣାର ଶିକାର ହୋଇଛି । ଟ୍ରେନ୍‌ର ହୁଇଲ ଛିଣ୍ଡି ଯିବା ଯୋଗୁଁ ୫ଟି ବଗି ଓଲଟି ପଡିଥିବା ଦେଖିବାକୁ ମିଳିଛି ।

ତେବେ ବରଗଡ଼ର ଏକ ସିମେଣ୍ଟ କାରଖାନାକୁ ଚୂନ ପଥର ନେଇ ଯାଉଥିବା ବେଳେ ଅଘଟଣ ଘଟିଛି । ଦୁର୍ଘଟଣାରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

ସୂଚନାଯୋଗ୍ୟ ଯେ, ଗତ ୨ ତାରିଖରେ ବାଲେଶ୍ବର ଜିଲ୍ଲା ବାହାନଗାରେ ଟ୍ରେନ୍‌ ଦୁର୍ଘଟଣା ଘଟିଥିଲା । ଏବେ ଯାଏଁ ଦୁର୍ଘଟଣାରେ ମୋଟ୍ ୨୭୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ବିଭିନ୍ନ ମେଡିକାଲରେ ଆହତଙ୍କ ଚିକିତ୍ସା ଜାରି ରହିଛି । ବାହାନଗା ଟ୍ରେନ୍ ଟ୍ରାଜେଡିର ତଦନ୍ତ କରିବ ସିବିଆଇ । ଏନେଇ ରେଳ ବିଭାଗକୁ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୁପାରିଶ କରିଛନ୍ତି ।

Exit mobile version