Site icon ଆଜିକାଲି

ଆଜି ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

ଭୁବନେଶ୍ୱର : ଆଜି ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥିପତ୍ର ଦାଖଲ କରିବେ ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ । ଆଜି ପ୍ରାର୍ଥୀପତ୍ର ଦାଖଲର ଶେଷ ତାରିଖ ରହିଛି । ଓଡ଼ିଶାରୁ ତୃତୀୟ ପ୍ରାର୍ଥୀ ଭାବରେ ଅଶ୍ବିନୀ ଯିବେ ରାଜ୍ୟସଭା ।

୨୦୧୯ରେ ମଧ୍ୟ ଓଡ଼ିଶାରୁ ବିଜେପି ପ୍ରାର୍ଥୀ ଭାବେ ରାଜ୍ୟସଭାକୁ ଯାଇଥିଲେ । ଦ୍ବିତୀୟ ଥର ପାଇଁ ଓଡ଼ିଶାରୁ ରାଜ୍ୟସଭା ଯିବେ ଅଶ୍ବିନୀ ବୈଷ୍ଣ ବ।

ଓଡିଶାରୁ ରାଜ୍ୟସଭା ପ୍ରାର୍ଥୀ ଭାବେ ବିଜେପି କେନ୍ଦ୍ରୀୟ କମିଟି ଅଶ୍ବିନୀଙ୍କ ନାଁ ଘୋଷଣା କରିବା ପରେ ତାଙ୍କ ପ୍ରାର୍ଥିତ୍ବକୁ ସମର୍ଥନ ଦେଇଛି ବିଜେଡି । ରାଜ୍ୟରେ ରେଳସେବା, ଟେଲି ଯୋଗାଯୋଗ ଓ ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରର ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିରେ ରଖି ତାଙ୍କୁ ସମର୍ଥନ ଦେଇଛନ୍ତି ବିଜେଡି ସୁପ୍ରିମୋ ।

Exit mobile version