Site icon ଆଜିକାଲି

ବିଧାୟକ ମୋହନଚରଣ ମାଝୀ ଙ୍କ ଦାବୀ ମାନିଲେ ମନ୍ତ୍ରୀ,କେନ୍ଦୁଝର ଦେଇ ଦିଲ୍ଲୀକୁ ଚାଲିଲିବ ଯାତ୍ରୀବାହୀ ଟ୍ରେନ

କେନ୍ଦୁଝର, ଦୀର୍ଘଦିନର ଦାବୀ ପରେ ଭୁବନେଶ୍ୱରରୁ ଦିଲ୍ଲୀ ଭାୟା କେନ୍ଦୁଝର ଦେଇ ଏକ ନୂତନ ଯାତ୍ରୀବାହୀ ଟ୍ରେନ ଚଳାଚଳ କରିବ ବୋଲି ଜଣାପଡିଛି । ଗତ ୮/୧୧/୨୦୨୩ ରେ କେନ୍ଦୁଝର ସଦର ବିଧାୟକ ତଥା ବିରୋଧି ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ ଏବଂ କେନ୍ଦୁଝର ନାଗରିକ ମଂଚ ପକ୍ଷରୁ କେନ୍ଦ୍ର ରେଳ ବିଭାଗ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଥିଲା । ସେତେବେଳେ ରେଳ ମନ୍ତ୍ରୀ ଖୁବଶୀଘ୍ର ରେଳ ଚଳାଚଳ ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରତିଶୃତି ଦେଇଥିଲେ । ଫେବୃଆରୀ ୧୭ ତାରିଖ ଦିନ କେନ୍ଦ୍ର ରେଳମନ୍ତ୍ରୀ ଭୁବନେଶ୍ୱରରୁ ଦିଲ୍ଲୀ ଭାୟା କେନ୍ଦୁଝର ଦେଇ ଏକ ନୂତନ ଯାତ୍ରୀବାହୀ ଟ୍ରେନ ଚଳାଚଳ କରିବ ବୋଲି ଚିଠି ମାଧ୍ୟମରେ ସଦର ବିଧାୟକଙ୍କୁ ଜଣାଇଛନ୍ତି । ମନ୍ତ୍ରୀଙ୍କ ଘୋଷଣା ପରେ ବିଧାୟକ ମୋହନଚରଣ ମାଝୀ କେନ୍ଦୁଝର ବାସୀଙ୍କ ତରଫରୁ ଧନ୍ୟବାଦ ଜଣାଇଛନ୍ତି । ଶ୍ରୀଯୁକ୍ତ ମାଝୀ କେନ୍ଦୁଝର ରୁ ଦିଲ୍ଲୀ ଟ୍ରେନ ଚଳାଚଳ ପାଇଁ ଦୀର୍ଘ୨ବର୍ଷ ରୁ ଦାବୀ କରିଆସୁଥିବା ବେଳେ ତାଙ୍କର ଦାବିକୁ ମନ୍ତ୍ରୀ ଚିଠି ମାଧ୍ୟମରେ ମଞ୍ଜୁର କରିଥିବା ରୁ ଏହା କେନ୍ଦୁଝର ବାସୀଙ୍କ ଜିତ ବୋଲି କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀ କହିଛନ୍ତି ।

Exit mobile version