Site icon ଆଜିକାଲି

ଭୁବନେଶ୍ୱରରେ ବିଶ୍ୱସ୍ତରୀୟ ରେଳ ଷ୍ଟେସନ ନିର୍ମାଣ କାର୍ଯ୍ୟ ସମୀକ୍ଷା କଲେ ରେଳମନ୍ତ୍ରୀ

ଭୁବନେଶ୍ୱର : ଭୁବନେଶ୍ୱରରେ ବିଶ୍ୱସ୍ତରୀୟ ରେଳ ଷ୍ଟେସନ ନିର୍ମାଣ କାର୍ଯ୍ୟ ସମୀକ୍ଷା । କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ ଏହି ରେଳ ଷ୍ଟେସନର ସମୀକ୍ଷା କରିଛନ୍ତି । ସମୀକ୍ଷାରେ ସମୟରେ କହିଛନ୍ତି ଯେ, ଦୃତ ଗତିରେ କାମ ଚାଲିଛି । ତେଣୁ ଖୁବ ଶୀଘ୍ର କାମ ସାରିବାକୁ ଚେଷ୍ଟା କରାଯାଉଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀଙ୍କ ଭିଜନ ଅନୁଯାୟୀ କାମ ହେଉଛି । ୨୦୧୪ ପୁର୍ବରୁ ୫୦ କିମି ନୂଆ ରେଳପଥ ନିର୍ମାଣ ହେଉଥିଲା । କିନ୍ତୁ ଏବେ ବର୍ଷକୁ ୪୫୦ କିମି ରେଳପଥ ନିର୍ମାଣ ହେଉଛି। ମାସକୁ ମାସ କାମ ଆଗେଇ ଚାଲିଛି । ୨୦୧୪ ପୂର୍ବରୁ ଓଡ଼ିଶାର ପସେଞ୍ଜର ପାଇଁ କେନ୍ଦ୍ର ସରକାର କିଛି କରୁ ନଥିଲେ । କିନ୍ତୁ ଏବେ ବହୁ ନୂଆ ନୂଆ ପ୍ରୋଜେକ୍ଟ କାମ ଚାଲିଛି । ଦେଶରେ ସର୍ବାଧିକ ୫୭ ବିଶ୍ବସ୍ତରୀୟ ରେଳ ଷ୍ଟେସନ ନିର୍ମାଣ ହେଉଛି । ସେହି ଆଧାରରେ ଓଡ଼ିଶାରେ ବିଶ୍ବସ୍ତରୀୟ ରେଳ ଷ୍ଟେସନ ପାଇଁ ମଧ୍ୟ ବହୁ ଗୁରୁତ୍ଵ ଦିଆ ଯାଇଛି ।

ପାସେଞ୍ଜରଙ୍କ ସୁବିଧା ପାଇଁ ସମସ୍ତ ବ୍ୟବସ୍ଥା କରାଯାଉଛି । ବନ୍ଦେ ଭାରତ, ଅମୃତ ଭାରତ ଓଡ଼ିଶା କୁ ଆସି ସାରିଛି। ଆଗକୁ ବନ୍ଦେ ମେଟ୍ରୋ ବି ଆସିବ । ଓଡ଼ିଶା ସାରା ନୂଆ ପ୍ରୋଜେକ୍ଟ ହେବ । ଅନ୍ୟପଟେ ଖୋର୍ଦ୍ଧା ବଲାଙ୍ଗୀର କାମ ମଧ୍ୟ ଆଜି ମନ୍ତ୍ରୀ ତଦାରଖ କରିବେ ବୋଲି କହିଛନ୍ତି । ଦଶପଲ୍ଲା ଯାଏ କାମ ସରିଛି । ଆଗାମୀ ଦୁଇ ମାସ ଭିତରେ ବଲାଙ୍ଗୀର ପଟକୁ ରହୁଥିବା ଅନ୍ୟ ଜିଲ୍ଲାକୁ ରେଳ ଲାଇନ ସଂଯୋଗ ହୋଇଯିବ ବୋଲି କହିଛନ୍ତି ମନ୍ତ୍ରୀ ।

Exit mobile version