Site icon ଆଜିକାଲି

ବାହାନଗାରେ ସ୍ୱାଭାବିକ ହେଲା ରେଳ ଚଳାଚଳ, ଆଗପଛ ହୋଇ ଗଡିଲା ତିନୋଟି ଟ୍ରେନ୍‌

ସୋର : ବାହାନଗାରେ ସ୍ୱାଭାବିକ ହେଲା ଟ୍ରେନ୍‌ ଚଳାଚଳ । ଟ୍ରାକରେ ଗଡିଲା ଟ୍ରେନ୍‌ । ସୋମବାର ଦିନ ସକାଳୁ ସକାଳୁ ଟ୍ରାକରେ ଗଡିଛି ତିନୋଟି ଟ୍ରେନ୍‌ ।

ଖବର ଅନୁଯାୟୀ, ସୋମବାର ସକାଳୁ ପ୍ରଥମେ କୋଲକାତା ପଟୁ ଚେନ୍ନାଇ ଆଡ଼କୁ ସାଲିମାର ଏକ୍ସପ୍ରେସ , ମସୁରୀ ପୁଡୁଚେରୀ ଏକ୍ସପ୍ରେସ ଯାଇଛି । ଅନ୍ୟପଟେ ଭୁବନେଶ୍ୱର ପଟୁ ପୁରୁଷୋତ୍ତମ ଏକ୍ସପ୍ରେସ କୋଲକାତା ଆଡ଼କୁ ଯାଇଛି । ଟ୍ରାକରେ ଯିବା ସମୟରେ ଟ୍ରେନର ଗତି ଅତି କମ୍ ରହିଥିଲା । ଏପରିକି ଯେଉଁ ମାନଙ୍କର ରେସ୍କୁ ଡ୍ୟୁଟି ସରି ଯାଇଛି ସେମାନେ ଏହି ଟ୍ରେନ ନିଜ ଗନ୍ତବ୍ୟ ସ୍ଥଳକୁ ବି ଯାଉଛନ୍ତି । ଏହାଛଡା ମାଲବାହୀ ଗାଡ଼ି ବି ଗଡୁଛି । ଶନିବାର ରାତିରେ ୫୧ ଘଣ୍ଟା ପରେ ପରୀକ୍ଷାମୂଳକ ଭାବେ ଗାଡ଼ିଥିଲା ମାଲବାହି ଟ୍ରେନ୍‌ ।

Exit mobile version