Site icon ଆଜିକାଲି

ସର୍ବ ଭାରତୀୟ ରେଲୱେ ଫେଡେରେସନ ଉପ ସଭାପତିଙ୍କ କେନ୍ଦୁଝର ଗ୍ରସ୍ତ ଓ ସାଧାରଣ ସଭା

କେନ୍ଦୁଝର, ତା-୦୪।୦୨ ପୂର୍ବ ତଟ ରେଳପଥ ଶ୍ରମିକ ୟୁନିୟନ ତଥା ସର୍ବ ଭାରତୀୟ ରେଲୱେ ଫେଡେରେସନର ଉପ ସଭାପତି ଶ୍ରୀଯୁକ୍ତ ପି.କେ. ପାଟଶାଣୀ ଦିନିକିଆ ଗ୍ରସ୍ତରେ ରବିବାର କେନ୍ଦୁଝର ଗଡ଼ ରେଳ ଷ୍ଟେସନକୁ ଆସି ସାଧାରଣ ସଭାରେ ଯୋଗ ଦେଇଥିଲେ। ଏହି ଅବସରରେ ପୂର୍ବ ତଟ ରେଳପଥ ଅନ୍ତଗତ ଖୋର୍ଦ୍ଧା ମଣ୍ଡଳର କେନ୍ଦୁଝର ଗଡ଼ ଜୁରିଡିକିସନ ରେ କାର୍ଯ୍ୟ ରତ ରେଳ କର୍ମଚାରୀ ମାନେ ଯୋଗ ଦେଇ କେନ୍ଦୁଝର ରେଲୱେ ହସ୍ପିଟାଲ ରେ ସ୍ଥାୟୀ ଡାକ୍ତର ନିଯୁକ୍ତି, କେନ୍ଦୁଝରଗଡ଼ର ରେଳ ଚାଳକ ଦ୍ୱାରା ବୁଢ଼ାପଙ୍କ ଓ ତାଳଚେର ପ୍ରଯ୍ୟନ୍ତ ରେଳ ଚାଳନା ଓ ନିର୍ଧାରିତ ସମୟରେ ରିଲିଫ ନ କରି ୧୬ରୁ ୧୮ଘଣ୍ଟା ଡ୍ୟୁଟି ନ କରାଇ କାମାକ୍ଷାନଗର ରେ ରନିଙ୍ଗ ରୁମ ସ୍ଥାପନ କରିବା,ପୁରାତନ ପେନସନ ଲାଗୁ କରିବା, ଟ୍ରାକ ମେଣ୍ଟେନରଙ୍କ ଗ୍ରେଡ ପେ ବୃଦ୍ଧି ଟିପି ମାନଙ୍କ ରିଷ୍ଟକଚରିଙ୍ଗ, ଅପରେଟିଙ୍ଗ ଓ ଇଲେକ୍ଟ୍ରିକାଲ ଅପରେଟିଙ୍ଗ କର୍ମଚାରୀଙ୍କ ରିକ୍ସ ଏଲାଆଉନସ ପ୍ରଦାନ, ଡିପି ପୂର୍ଣ୍ଣ କରିଥିବା ସିନିୟର ଆସିଷ୍ଟାଣ୍ଡ ମାନଙ୍କୁ ତୁରନ୍ତ ଲୋକ ପାଇଲଟ ପଦବୀକୁ ପ୍ରମୋସନ ଦେବା,ରନିଙ୍ଗ ଷ୍ଟାଫଙ୍କ ଡ୍ୟୁଟି ୯ଘଣ୍ଟାରେ ସୀମିତ କରିବା, ଷ୍ଟେସନ ମାଷ୍ଟର ଓ ଲୋକ ପାଇଲଟଙ୍କ ବେସିକ ୪୬୦୦କରିବା ସହିତ ନୂଆ ରେଳ ଲାଇନ ରେ ଅଧିକ ନୂଆ ଷ୍ଟାପ ନିଯୁକ୍ତି କରିବାକୁ ଦାବି କରାଯାଇଥିଲା।ଏ ସମସ୍ତ ଦାବିକୁ ଖୁବ ଶୀଘ୍ର ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରି ପୁରାଣ କରାଯିବ ବୋଲି ଶ୍ରୀଯୁକ୍ତ ପାଟଶାଣୀ କହିବାସହିତ ପୂରାତନ ପେନସନ ପାଇଁ ପ୍ରୟାସ ଜାରି ରହିଛି ଓ ଆଗକୁ ଦେଶବ୍ୟାପୀ ଆନ୍ଦୋଳନ କରାଯିବା ନେଇ ଘଷଣା କରିଥିଲେ। ପୂର୍ବରୁ କେନ୍ଦୁଝରଗଡ଼ ରେଳ କର୍ମଚାରୀ ମାନେ ସେମାନଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଯାଜପୁର ରୋଡ଼ ବ୍ରାଞ୍ଚ ଉପରେ ନିର୍ଭରଶୀଳ ଥିବାବେଳେ ଆଜି ପାଟଶାଣୀଙ୍କ ଉପସ୍ଥିତରେ କେନ୍ଦୁଝର ଗଡରେ ପୂର୍ବ ତଟ ରେଳପଥ ଶ୍ରମିକ ୟୁନିୟନର ଶାଖା କାର୍ଯ୍ୟଳୟ ଉଦଘାଟନ କରାଯାଇଛି। ଏଥିରେ ଭାଗମତ ହାଁସଦା ସଭାପତି,କରମବିର ରାୟ ସମ୍ପାଦକ, ସୁଧୀର ଚନ୍ଦ୍ର ଗିରୀଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ନିର୍ବାଚିତ କରାଯାଇଥିବା ବେଳେ ଶ୍ରମିକ ୟୁନିୟନର ଯୁବ ସମ୍ପାଦକ ଭାବେ ଈଶ୍ୱର ମୁର୍ମୁଙ୍କୁ ନିର୍ବାଚିତ କରାଯାଇଛି।

Exit mobile version