Site icon ଆଜିକାଲି

ରାଜ୍ୟରେ ଆସନ୍ତା ୧୮ ରୁ ପୁଣି ବର୍ଷା

ଭୁବନେଶ୍ୱର : ଆସନ୍ତା ୧୮ ସେପ୍ଟେମ୍ବର ବେଳକୁ ଉତ୍ତର ବଙ୍ଗୋପସାଗର ଅଞ୍ଚଳରେ ବାୟୁମଣ୍ଡଳର ଉପରି ଭାଗରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଘନୀଭୂତ ହୋଇ ଲଘୁଚାପର ରୂପ ନେବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହାର ପ୍ରଭାବରେ ରାଜ୍ୟରେ ବର୍ଷାର ବିସ୍ତୃତି ଏବଂ ପରିମାଣ ବଢିବ ।

ବିଶେଷ କରି ୧୭ ରୁ ୨୨ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲାରେ ସାମାନ୍ୟରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଆକଳନ କରାଯାଇଛି । ଏଣେ ଅବପାତ ଦୁର୍ବଳ ହୋଇଥିଲେ ମଧ୍ୟ ଦକ୍ଷିଣରୁ ଉତ୍ତରକୁ ବାୟୁ ପ୍ରବାହ ରହୁଥିବାରୁ ଆଜି ବି ବର୍ଷା ଲାଗି ରହିବ । ଗଞ୍ଜାମ, ଗଜପତି, ପୁରୀ, ଯାଜପୁର, ନୟାଗଡ, କଟକ , ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର , ସୁନ୍ଦରଗଡ଼, ମୟୂରଭଞ୍ଜ ଓ କେନ୍ଦୁଝରରେ ବର୍ଷା ହେବା ସମ୍ଭାବନା ରହିଛି । ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ।

Exit mobile version