Site icon ଆଜିକାଲି

ଲଘୁଚାପ ପ୍ରଭାବରେ ବର୍ଷା ଜାରି, ୧୩ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ

ଭୁବନେଶ୍ୱର : ସକ୍ରିୟ ଲଘୁଚାପ କ୍ଷେତ୍ର ପ୍ରଭାବରେ ସାରାରାଜ୍ୟରେ ବର୍ଷା ଜାରି ରହିଛି। ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୧୩ ଜିଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି। ସୋନପୁର, ବୌଦ୍ଧ, ବଲାଙ୍ଗୀର, ସମ୍ବଲପୁର,ଝାରସୁଗୁଡ଼ା, ଦେବଗଡ଼, ଅନୁଗୁଳ, କେନ୍ଦୁଝର, ନୂଆପଡ଼ା, ବରଗଡ଼, ସୁନ୍ଦରଗଡ଼, କଳାହାଣ୍ଡି ଓ କନ୍ଧମାଳକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି।

ଏଣେ ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୭.୩ ମିମି ବର୍ଷା ହୋଇଛି। ସ୍ୱାଭାବିକ ୯ ମିମି ତୁଳନାରେ ୨୦୫% ଅଧିକ ବର୍ଷା ରେକର୍ଡ କରାଯାଇଛି। ଦେବଗଡ଼ ଜିଲାରେ ସର୍ବାଧିକ ୧୦୬.୩ ମିମି ବର୍ଷା ରେକର୍ଡ ହୋଇଛି ।

Exit mobile version