Site icon ଆଜିକାଲି

ଉପରମୁଣ୍ଡରେ କମୁଛି ବର୍ଷା, ମହାନଦୀରେ ଜଳସ୍ତର ହ୍ରାସ

କଟକ : ମହାନଦୀରେ କମୁଛି ଜଳସ୍ତର । ଉପରମୁଣ୍ଡରେ ବର୍ଷା କମିବା ପରେ ଧୀରେ ଧୀରେ କମିବାରେ ଲାଗିଲାଣି ବିଭିନ୍ନ ନଦୀର ଜଳସ୍ତର । ବନ୍ୟା ଦୁର୍ଦ୍ଦଶା ମଧ୍ୟରେ ଏହା ଏକ ଆଶ୍ୱସ୍ତିକର ଖବର । ଏହାର ପ୍ରଭାବର ମୁଣ୍ଡଳୀ ନିକଟରେ ମହାନଦୀରେ ବି କମିଛି ଜଳସ୍ତର ।

କଟକ ମୁଣ୍ଡଳୀ ନିକଟରେ ମହାନଦୀରେ ଶୁକ୍ରବାର ସକାଳ ୧୦ସୁଦ୍ଧା ୯ଲକ୍ଷ ୫୬ହଜାର ୬୦୮ ଘନ ଫୁଟ ଜଳ ପ୍ରବାହିତ ହେଉଛି । ସେହିଭଳି ମୁଣ୍ଡଳୀର ଉପର ମୁଣ୍ଡରେ ଜଳସ୍ତର ୯୪.୬୦ ଫୁଟ ଥିବା ବେଳେ ତଳ ମୁଣ୍ଡର ଜଳସ୍ତର ୯୨.୩୦ ଫୁଟ ରହିଛି । ମୁଣ୍ଡଳୀ ଠାରେ ମହାନଦୀର ବିପଦ ସଙ୍କେତ ହେଉଛି ୯୭.୫୦ ଫୁଟ୍ ।

Exit mobile version