Site icon ଆଜିକାଲି

ଆସନ୍ତା ୫ ଦିନ ଯାଏଁ କିଛି ସ୍ଥାନରେ ବିକ୍ଷିପ୍ତ ବର୍ଷା ପୂର୍ବାନୁମାନ

ଭୁବନେଶ୍ୱର – ରାଜ୍ୟରେ ଆସନ୍ତା ୫ ଦିନ ଯାଏଁ ପାଗରେ ପରିବର୍ତ୍ତନ ହେବ ନାହିଁ। ୫ ଦିନ ଯାଏଁ କିଛି ସ୍ଥାନରେ ବିକ୍ଷିପ୍ତ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ୫ ଜିଲ୍ଲାର କିଛି ସ୍ଥାନରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ।

କେନ୍ଦୁଝର, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦ୍ରାପଡା, ଭଦ୍ରକରେ ବର୍ଷା ପାଇଁ ଆଲର୍ଟ ଜାରି କରାଯାଇଛି। ଏହାସହ ଉତ୍ତର-ଦକ୍ଷିଣ ଉପକୂଳ ଅଞ୍ଚଳରେ ଘଡଘଡି ସହ ବର୍ଷା ସମ୍ଭାବନା ରହିଛି। ଟ୍ୱିନ୍ ସିଟି ଭୁବନେଶ୍ୱର ଓ କଟକରେ ଆଜି ରାତିରେ ବର୍ଷା ହେବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ରର ନିର୍ଦ୍ଦେଶିକା ମନୋରମା ମହାନ୍ତି କହିଛନ୍ତି ଯେ, ରାଜ୍ୟରେ ବର୍ତ୍ତମାନ ମିଶ୍ରିତ ପାଗ ରହିଛି । ସକାଳେ ଖରା ହେଉଛି । ଅପରାହ୍ନରେ କାଳବୈଶାଖୀ ପ୍ରଭାବ ରହୁଛି । ଗତ କିଛି ଦିନ ହେବ ଖରା ତାତିରୁ ଆଶ୍ୱସ୍ତି ମିଳିଛି ।

Exit mobile version