Site icon ଆଜିକାଲି

ଆଗାମୀ ୩ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା

Transparent umbrella under heavy rain against water drops splash background. Rainy weather concept.

ଭୁବନେଶ୍ୱର : ରାଜ୍ୟରେ ପୁଣି ବଢିବ ତାତି। ଦିନ ତାପମାତ୍ରା ୩ ରୁ ୫ ଡିଗ୍ରୀ ବଢିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ଏହାସହ ଆଗାମୀ ୩ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ୧୫ ଓ ୧୬ ତାରିଖ ଉପକୂଳ ଓଡିଶାରେ ବର୍ଷା ଆକଳନ କରାଯାଇଛି। ମୟୁରଭଞ୍ଜ, କେନ୍ଦୁଝର, ଢେଙ୍କାନାଳରେ ବର୍ଷା ଆକଳନ କରାଯାଇଛି। ୧୮ ଓ ୧୯ରେ କିଛି ସ୍ଥାନରେ ଗ୍ରୀଷ୍ମପ୍ରବାହ ଅନୁଭୂତ ହେବ।୧୮ରେ ବଲାଙ୍ଗୀର, ବରଗଡ, ଝାରସୁଗୁଡା, ନୂଆପଡାରେ ଗ୍ରୀଷ୍ମପ୍ରବାହ ହେବ। ଟ୍ୱିନ୍ ସିଟିରେ ତାପମାତ୍ରା ୩୭ ରୁ ୩୮ ଡିଗ୍ରୀ ଛୁଇଁବ।

ଏହାମଧ୍ୟରେ ୨ୟ ପର୍ଯ୍ୟାୟ ନିର୍ବାଚନରେ ଗ୍ରୀଷ୍ମ ପ୍ରବାହର ପ୍ରଭାବ ରହିବ। ନିର୍ବାଚନ ହେବାକୁ ଥିବା କିଛି ଜିଲାରେ ରହିବ ଗ୍ରୀଷ୍ମପ୍ରବାହ। ବଲାଙ୍ଗୀର, ବରଗଡ ଜିଲାରେ ଗ୍ରୀଷ୍ମପ୍ରବାହ ଆକଳନ କରାଯାଇଛି। ତାପମାତ୍ରା ୪୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ରହିପାରେ।

Exit mobile version