Site icon ଆଜିକାଲି

ଘୁରୁଡିଆ ନାଳ ପୋଲ ଉପରେ ଦୁଇଫୁଟ ଉଚ୍ଚରେ ବର୍ଷା ଜଳ ପ୍ରବାହିତ, ୬ ଗାଁ ବାହ୍ୟ ଜଗତରୁ ବିଛିନ୍ନ

ତେଲକୋଇ : କେନ୍ଦୁଝରରେ ପ୍ରବଳ ବର୍ଷାର ପ୍ରଭାବ । କରଦାଙ୍ଗି ପଞ୍ଚାୟତର ଘୁରୁଡିଆ ନାଳ ପୋଲ ଉପରେ ଦୁଇଫୁଟ ଉଚ୍ଚରେ ବର୍ଷା ଜଳ ପ୍ରବାହିତ ହେଉଛି। ଫଳରେ ଗୋଟିଏ ପଞ୍ଚାୟତର ୬ଟି ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇପଡିଛି। ରାତି ତମାମ ବର୍ଷା ଜାରି ଯୋଗୁଁ ନାଳର ଜଳପତନ ବୃଦ୍ଧି ପାଇଥିଲା।

ପଞ୍ଚାୟତର ସରେଇ, କରଦାଙ୍ଗି, ଶାମନାଳି, କମଳାବଣି, ଖଳିଢିପସାହି, ଚକଧର,ମହାନ୍ତ ସାହି ପ୍ରଭୃତି ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇପଡିଛି। ପଞ୍ଚାୟତରୁ ବ୍ଲକ କାର୍ଯ୍ୟାଳୟକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି। ଲୋକେ ନାହିଁ ନଥିବା ଅସୁବିଧାର ର ସମ୍ମୁଖୀନ ହେଉଛନ୍ତି। ସେପଟେ ତେଲକୋଇ ଭୁବନେଶ୍ୱର ରାସ୍ତାର ଡାଇଭର୍ସନ୍ ରୋଡ୍ ବର୍ଷାଜଳରେ ଭାସିଯାଇଛି । ଫଳରେ ତେଲକୋଇର ୬ଟି ପଞ୍ଚାୟତ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି ।

Exit mobile version