Site icon ଆଜିକାଲି

ପାଟଣେଶ୍ୱରୀ ମନ୍ଦିରରେ ପଶିଲା ପାଣି, ବନ୍ଦ ହେଲା ମା’ଙ୍କ ନୀତିକାନ୍ତି

ବଲାଙ୍ଗିର : ବଲାଙ୍ଗିର ଜିଲା ପଟଣାଗଡ ଇଷ୍ଟଦେବୀ ମା ପଟଣେଶ୍ୱରୀ ମନ୍ଦିରରେ ପଶିଲା ପାଣି। ଗତକାଲି ଠୁ ବଲାଙ୍ଗିର ଜିଲ୍ଲାରେ ଜାରୀ ରହିଛି ଲଗାଣ ବର୍ଷା । ଏହାର ପ୍ରଭାବରେ ତଳି ଅଞ୍ଚଳ ମାନଙ୍କରେ ପାଣି ପଶି ଯାଇଛି । ପାଣିରେ ବୁଡ଼ିଯାଇଛନ୍ତି ଜିଲ୍ଲାର ଇଷ୍ଟଦେବୀ ମା ପାଟଣେଶ୍ୱରୀ । ଡ୍ରେନରେ ପାଣି ନିଷ୍କାସନ ହୋଇନପାରି ମନ୍ଦିର ଭିତରକୁ ପଶିଛି, ଯାହା ଫଳରେ ନୀତିକାନ୍ତି ବନ୍ଦ ରହିଛି । ପ୍ରକାଶ ଥାଉକି ପାଣିପାଗ ବିଭାଗ ସୂଚନା ଅନୁସାରେ ବଲାଙ୍ଗିର ଜିଲ୍ଲାରେ ୧୭୩ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି ।

Exit mobile version