Site icon ଆଜିକାଲି

ଆଜି କମିବ ବର୍ଷା, କିଛି ଜିଲା ପାଇଁ ୟେଲୋ ୱ।ର୍ଣ୍ଣିଂ

ଭୁବନେଶ୍ୱର : ଗତ ଦୁଇ ଦିନ ବର୍ଷା ପବନ ଓ କୁଆପଥର ବୃଷ୍ଟି ପରେ ଆଜି ରାଜ୍ୟରେ ବର୍ଷା କମିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆଜି ବି କିଛି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ନୂଆପଡ଼ା, ନବରଙ୍ଗପୁର ଓ କଳାହାଣ୍ଡି ଆଦି ଜିଲାରେ ଝଡ଼ବର୍ଷାର ସମ୍ଭାବନା ରହିଛି । ଏ ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ଏଣେ ପଶ୍ଚିମା ଝଡ଼ ପ୍ରଭାବରେ ଗତକାଲି ହୋଇଥିବା ବର୍ଷା ଯୋଗୁଁ ରବିବାର ଭୁବନେଶ୍ବରର ତାପମାତ୍ରା ଏକାଥ‌ରକେ ୯ ଡିଗ୍ରୀରୁ ଅଧିକ ଖସି ଯାଇଛି। ଶନିବାର ଦିନ ରାଜଧାନୀର ସର୍ବୋଚ୍ଚ ତାପମାତ୍ରା ୩୫.୬ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ରବିବାର ଦିନ ଏହା ୨୬.୪ ଡିଗ୍ରୀ ଥିଲା । ମାର୍ଚ୍ଚ ମାସରେ ରାଜଧାନୀର ସର୍ବୋଚ୍ଚ ତାପମାତ୍ରା ଏତେ କମ୍ ରହିବା ଏକ ରେକର୍ଡ। ଏହା ମାର୍ଚ୍ଚରେ ଅନୁଭୂତ ହୋଇଥିବା ଚତୁର୍ଥ ସର୍ବନିମ୍ନ ଦିନ ତାପମାତ୍ରା। ଏହାପୂର୍ବରୁ ୧୯୭୦ ମସିହା ମାର୍ଚ୍ଚ ୬ ତାରିଖରେ ଦିନର ତାପମାତ୍ରା ୨୪.୩ ଡିଗ୍ରୀ ରେକର୍ଡ ହୋଇଥିଲା। ତାହା ସର୍ବକାଳୀନ ରେକର୍ଡ ବୋଲି କୁହାଯାଉଛି।

Exit mobile version