Site icon ଆଜିକାଲି

ରାଜ୍ୟରେ ଆଜିଠୁ କମିବ, ୧୮ ପରେ ବଢିବ ବର୍ଷା ପରିମାଣ

ଭୁବନେଶ୍ୱର : ରାଜ୍ୟରେ ଶୁକ୍ରବାର ଠାରୁ କମିବ ବର୍ଷାର ପରିମାଣ । ସେହିପରି ଆସନ୍ତା ଶନିବାର ଓ ରବିବାର ବର୍ଷା ବିଶେଷ ନାହିଁ । ତେବେ ୧୮/୧୯ ତାରିଖରୁ ପୁଣି ବଢ଼ିପାରେ ବର୍ଷା । ଏକ ଘୂର୍ଣ୍ଣିବଳୟ ସମ୍ଭାବନା ଥିବାରୁ ବର୍ଷା ବଢ଼ିବ ବୋଲି ଅନୁମାନ କରାଯାଉଛି ।

ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ସ୍ଥିତି ବେହାଲ୍‌ କରିଦେଇଛି । ଲଗାଣ ବର୍ଷା ଯୋଗୁ ଏବେ ସୁଦ୍ଧା କାନ୍ଥ ଭୁଶୁଡ଼ି ୩ ଜଣଙ୍କ ମୃତ୍ୟୁ ହୋଇଛି । ମାଛ ଧରିବାକୁ ଯାଇ ପାଣିରେ ଭାସିଯିବାରୁ ଜଣକର ମୃତ୍ୟୁ ହୋଇଥିବାବେଳେ ଜଣେ ଉଦ୍ଧାର ଓ ଜଣେ ନିଖୋଜ ଅଛନ୍ତି । ୫ ଜିଲ୍ଲାର ୨୧ଟି ବ୍ଲକ ଅନ୍ତର୍ଗତ ୩୯ଟି ପଞ୍ଚାୟତ ୧୫୫ ଗାଁର ୧୧,୨୬୬ ଲୋକେ ପ୍ରଭାବିତ ହୋଇଛନ୍ତି ।

ବର୍ଷା ମାଡ଼ରେ ୧୫୨ଟି ଘର ନଷ୍ଟ ହୋଇଛି । ପ୍ରବଳ ବର୍ଷା ଯୋଗୁ ବଂଶଧାରା ଫୁଲି ବିପଦ ସଙ୍କେତ ଟପିଛି । ମହାନଦୀ ଉପର ମୁଣ୍ଡରେ ବି ପ୍ରବଳ ବର୍ଷା ଲାଗି ରହିଛି । ହେଲେ ଜଳ ସମ୍ପଦ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି- ରାଜ୍ୟରେ ବନ୍ୟା ଆସିଲା ଭଳି ସ୍ଥିତି ନାହିଁ । ଉପରମୁଣ୍ଡରେ ବର୍ଷା ବଢ଼ିଥିଲେ ବି ତଳମୁଣ୍ଡ ଶୁଖିଲା ପଡ଼ିଛି । ଯେତିକି ପାଣି ଆସୁଛି, ସେଥିରେ ବି ବନ୍ୟା ସମ୍ଭାବନା କମ୍‌ ।

Exit mobile version