Site icon ଆଜିକାଲି

ଟିକସ ଫାଙ୍କୁଥିବା ଅଭିଯୋଗ ନେଇ ସିମେଣ୍ଟ ଓ ଛଡ଼ ଦୋକାନରେ ଜିଏସଟି ଚଢ଼ାଉ

ବଲାଙ୍ଗୀର : ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ସହରର ଝାରବାହାଲିଆ ଛକ ନିକଟରେ ଥିବା ଶ୍ରୀ ଭବାନୀ ଷ୍ଟିଲ ସିମେଣ୍ଟ, ଛଡ଼ ଦୋକାନରେ ଜିଏସଡି ଚଢାଉ । ଟିକସ ଫାଙ୍କୁଥିବା ଅଭିଯୋଗରେ ଏହି ଚଢାଉ କରାଯାଉଛି । ବଲାଙ୍ଗିର ଜିଏସଟି ଟିମ ପକ୍ଷରୁ ସିଟି-ଜିଏସଟି ଅଫିସର ରାଜେନ୍ଦ୍ର ନାଏକଙ୍କ ନେତୃତ୍ୱରେ ଏହି ଚଢାଉ କରାଯାଇଛି । ବିଭିନ୍ନ କାଗଜପତ୍ର ପାଂଚ କରାଯାଉଛି । ଭବାନୀ ଷ୍ଟିଲରେ ସିମେଣ୍ଟ , ଛଡ଼ ଓ ବିଭିନ୍ନ ହାର୍ଡୱେର ସାମଗ୍ରୀ ହୋଲସେଲରେ ବିକ୍ରି କରୁଥିବା ବେଳେ ସେ ଜିଏସଟି ଫାଙ୍କୁଥିବା ଅଭିଯୋଗ ଆସୁଥିଲା । ଅଭିଯୋଗ ଆଧାରରେ ଏହି ଚଢାଉ ହୋଇଥିବା ଜଣା ପଡିଛି ।

ଚଢ଼ାଉରେ ବଲାଙ୍ଗୀର, ନୂଆପଡାର ସିଟି ଏବଂ ଜିଏସଟି ଅଫିସରଙ୍କ ମଧ୍ୟରେ ସହକାରୀ ଜିଏସଟି ଅଫିସର ସରୋଜ କୁମାର ବେରିହା, ଜୀତେନ୍ଦ୍ରୀୟ ବାଗ, କ୍ଷୀରୋଦ ମାଝୀ, ସୁଶୀଳ ଖାଲକୋଙ୍କ ସହ ବଲାଙ୍ଗୀର ଓ କଣ୍ଟାବାଜି ପୁଲିସ ମିଳିତ ଭାବରେ କାଗଜ ପତ୍ର ପାଂଚ କରୁଛନ୍ତି ।

Exit mobile version