Site icon ଆଜିକାଲି

ଆଜି ଶ୍ରୀଜିଉମାନଙ୍କ ଅନୁଷ୍ଠିତ ହେବ ରାଜପ୍ରସାଦ ବିଜେ ନୀତି

ପୁରୀ : ଆଜି ଦ୍ୱାଦଶୀ ତିଥିରେ ଶ୍ରୀଜିଉମାନଙ୍କ ଅନୁଷ୍ଠିତ ହେବ ରାଜପ୍ରସାଦ ବିଜେ ନୀତି। ସକାଳ ଧୂପ ସରିବା ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇ ବେହେରଣ ଦ୍ୱାର ଫିଟିବା ସହ ଶ୍ରୀମନ୍ଦିରରୁ ଶ୍ରୀନହରକୁ ରାଜପ୍ରସାଦ ବିଜେ କରାଯିବ। ଦଇତାପତିଙ୍କ ସେବା ଶୁଶ୍ରୁଷାରେ ସୁସ୍ଥ ହୋଇଛନ୍ତି ଚତୁର୍ଦ୍ଧା ମୂର୍ତ୍ତି । ଶ୍ରୀଜୀଉଙ୍କ ସୁସ୍ଥତାର ସୁସମ୍ବାଦ ଦଇତାପତି ସେବାୟତମାନେ ଆଜି ଗଜପତି ମହାରାଜାଙ୍କୁ ପ୍ରଦାନ କରିବେ ।

ଅଣସର ପ୍ରସାଦ ଗଜପତିଙ୍କୁ ଭେଟି ସ୍ୱରୂପ ପ୍ରଦାନ କରାଯିବା ସହ ଆଗାମୀ ଘୋଷଯାତ୍ରା କିଭଳି ଶୃଙ୍ଖଳିତ ସମାପନ ହେବ ସେନେଇ ଦଇତାପତିମାନେ ଗଜପତିଙ୍କ ସହ ଆଲୋଚନା କରିବେ। ଗତକାଲି ଏକାଦଶୀ ତିଥିରେ ମହାପ୍ରଭୁଙ୍କୁ ଖଳି ଲାଗି ଓ ରକ୍ତ ବସ୍ତ୍ର ଲାଗି କରାଯାଇଥିବାବେଳେ ଶ୍ରୀଜିଉଙ୍କୁ ରାଜବୈଦ୍ୟଙ୍କ ଦ୍ୱାରା ପ୍ରସ୍ତୁତ ଦଶମୂଳ ଔଷଧ ଲାଗି କରାଯାଇଥିଲା।

FacebookTwitterLinkedinWhatsapp
Exit mobile version