Site icon ଆଜିକାଲି

କାର୍ତ୍ତିକ ପୂର୍ଣ୍ଣିମାରେ ମହାପ୍ରଭୁଙ୍କ ରାଜରାଜେଶ୍ୱର ବେଶ

ପୁରୀ : ଧର୍ମ ମାସ ପବିତ୍ର କାର୍ତିକ ମାସ ପୂର୍ଣ୍ଣମୀ ତିଥିରେ ଆଜି ରତ୍ନ ସିଂହାସନ ଉପରେ ଚତୁର୍ଦ୍ଧାମୂର୍ତିଙ୍କ ରାଜରାଜେଶ୍ୱର ବେଶ ଅନୁଷ୍ଠିତ ହେବ । ମଙ୍ଗଳବାର ଚନ୍ଦ୍ରଗ୍ରହଣ ପଡୁଥିବାରୁ ଏନେଇ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ । ନୀତି ସଅଳ ହେବ ।

ସେଥିପାଇଁ ସୋମବାର ରାତି ୧୨ଟା ୧୦ରେ ମହାପ୍ରଭୁଙ୍କ ଦ୍ୱାରଫିଟା ନୀତି ଅନୁଷ୍ଠିତ ହୋଇଥିଲା । ରାତି ୨ଟା ୩୦ ସୁଦ୍ଧା ରତ୍ନସିଂହାସନରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହୋଇଥିଲା । ସକାଳ ୬ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ଥିବାରୁ ପ୍ରଭୁଙ୍କ ସୁନାବେଶ ଦର୍ଶନ ଭକ୍ତ ପାଇନଥିଲେ । ପରେ ନୀତିକୁ ଦେଖି ସୁନାଦେଶ ଦର୍ଶନ କରାଯାଇଥିଲା ।

ସୂଚନା ଅନୁସାରେ, ଗ୍ରହଣ ଦିନ (ମଙ୍ଗଳବାର) ସକାଳ ୬ ଟାଠାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ମହାପ୍ରଭୁଙ୍କ ସାଧାରଣ ଦର୍ଶନ ମିଳିବ । ନିୟମ କହୁଛି, ଭୋଗ ମଣ୍ଡପ ପରେ ମହାପ୍ରଭୁଙ୍କ ସୁନାବେଶ ଓଲାଗି (ଓହ୍ଲାଇବା) ବିଧି ସମ୍ପନ୍ନ ହୋଇଥାଏ । ଭୋର ୫ଟା ୫୪ ପୂର୍ବରୁ ମହାପ୍ରଭୁଙ୍କ ଭୋଗ ମଣ୍ଡପ ନୀତି ହୋଇଥିଲା । ଗତ ୨ବର୍ଷ କରୋନା କଟକଣା ମହାପ୍ରଭୁଙ୍କ କାର୍ତ୍ତିକ ପୂର୍ଣ୍ଣିମା ସୁନାବେଶ ଦର୍ଶନରେ ପ୍ରତିବନ୍ଧକ ସୃଷ୍ଟି କରିଥିଲା । ହେଲେ ଆଜି ସୁନାବେଶ ହେବା ପରେ ଭକ୍ତମାନେ ଦର୍ଶନ କରୁଛନ୍ତି ।

Exit mobile version