ଭୁବନେଶ୍ଵର: ନିର୍ବାଚନ ଯେତିକି ପାଖେଇ ଆସୁଛି, ପ୍ରଚାର ମଧ୍ୟ ସେତିକି ଜୋରଦାର ହେଉଛି। ଶେଷ ୪ଟି ପର୍ଯ୍ୟାୟରେ ଓଡ଼ିଶାରେ ନିର୍ବାଚନ ହେବାକୁ ଥିବା ବେଳେ ଓଡ଼ିଶାରେ ଡେରା ପକାଇବେ ମାଳ ମାଳ କେନ୍ଦ୍ରୀୟ ନେତା । ଖାସକରି ବିଜେପିର କେନ୍ଦ୍ରୀୟ ନେତା ଏବେ ଓଡ଼ିଶା ଉପରେ ଫୋକସ କରିଛନ୍ତି। ଆସନ୍ତା ୮ ତାରିଖରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏବଂ୧୨ ରେ ଗୃହମନ୍ତ୍ରୀ ଅମିତ ଶାହ ଓଡିଶା ଆସିବେ । ୮ ରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ରାୟଗଡା ଗସ୍ତ କରିବେ । ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରି ବିଜୟପାଲ ସିଂ ତୋମାର ଏ ନେଇ ସୂଚନା ଦେଇଛନ୍ତି।