Site icon ଆଜିକାଲି

ପାରମ୍ପାରିକ ରଜବତୀ ବିବାହ,ଶିଶୁ ସାଜିଲେ ବରକନିଆଁ

ବାଜାବାଣ ରସଣୀରେ ଦୁଲୁକିଲା ଗାଁ ଦାଣ୍ତା

କେନ୍ଦୁଝର, (ନି.ପ୍ର) ଗଣ ପର୍ବ ରଜ ଜିଲ୍ଲାବ୍ୟାପୀ ଆନନ୍ଦ ଉଲ୍ଲ‍ସ ରେ ପାଳନ କରାଯାଇଛି।ଏହି ଅବସର ରେ ଗାଁ ଠାରୁ ସହର ଚଳଚଞ୍ଚଳ ହୋଇଉଠିଥିଲା।ପ୍ରତ୍ୟେକ ଅଞ୍ଚଳରେ ଦୋଳି ଖେଳ ସାଙ୍ଗକୁ ସାଂସ୍କୃତିକ କାର୍ଯ୍ୟକ୍ରମ ବିଭିନ୍ନ କ୍ରିଡା ପ୍ରତି ଯୋଗୀତା ହୋଇଥିଲା।ରଜ ପାଇଁ ଘରେ ଘରେ ପିଠାପଣା ମାଛମାସଂ ସମସ୍ତେ ନୂଆଁ ପୋଷାକ ପିନ୍ଧି ଏହି ପର୍ବକୁ ନିଆରା ଢଙ୍ଗରେ ପାଳନ କରିଛନ୍ତି।କେନ୍ଦୁଝର ସଦର ବ୍ଲକ ନୂଆଗାଁ,ସେଣ୍ତକାପ,ମହାଦେଇଯୋଡା ଅଞ୍ଚଳରେ ରଜ ମହତ୍ସବ ଉଦଯାପିତ ହୋଇଯାଇଛି।ପାରମ୍ପାରିକ ରଜବତୀ ବିବାହ ଶିଶୁ ଙ୍କୁ ନେଇ ବ୍ରାହ୍ମଣ ଙ୍କ ଉପସ୍ଥିତିରେ ସଂମ୍ପନ୍ନ ହୋଇଛି।ସନ୍ଧ୍ୟାରେ ଡିଜେ ବାଜା ବାଣ ରସଣୀରେ ଗାଁଦାଣ୍ତ ଦୁଲୁକି ଯାଇଛି।ସେଣ୍ଡକାପ ଦୁର୍ଗାମଣ୍ତପ ପୋଇ ଆମ୍ବ ତୋଟାରେ ଜିଲ୍ଲା ପ୍ରଶାସନ ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଥିବା ବ୍ଲକସ୍ତରୀୟ ଲୋକକଳା ଦିବସ ଓ ରଜ ମହତ୍ସବ ଉଦ୍ ଯାପିତ ହୋଇଛି।ଉଯାପନୀ ଦିବସରେ ମୁଖ୍ୟ ଅତିଥି ଭାବେ ୫ନଂ ଜୋନ ଜିଲ୍ଲା ପରିଷଦ ସଦସ୍ୟ ରଥ ମୁଣ୍ତା,୧୧୦ ବାର୍ଷିଆ ଶତାୟୁ ବୃଦ୍ଧ ବ୍ୟକ୍ତି ଭବାନ ନାଏକ,ଅବସରପ୍ରାପ୍ତ ପୋଲିସ କର୍ମଚାରୀ ଭିମସେନ ନାଏକ,ଅବସରପ୍ରାପ୍ତ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ କାର୍ଯ୍ୟକରି ଅବସର ନେଇଥିବା କ୍ଲର୍କ ଶରତ ଚନ୍ଦ୍ର ମହାନ୍ତ,କାଉଁରୀକଳା ପଞ୍ଚାୟତର ପୂର୍ବତନ ସରପଞ୍ଚ ଘାସିରାମ ମାଝୀ,ଅବସରପ୍ରାପ୍ତ ଶିକ୍ଷକ ତଥା ଗୋବର୍ଦ୍ଧନ ପଞ୍ଚାୟତର ର ସମିତି ସଭ୍ୟ ଅଭିମନ୍ୟୁ ନାଏକ,ବରିଷ୍ଠ ବ୍ୟକ୍ତି ପବନା ନାଏକ,ଶଶି ଭୁଷଣ ମହାନ୍ତ,ଗାଲମାଧବ ପଲେଇ,ଦେବେନ୍ଦ୍ର ପାତ୍ର,ବୁଦ୍ଧିଆ ନାଏକ,ଉପେନ୍ଦ୍ର ନାଏକ,ଦୁଃଶାସନ ନାଏକ ପ୍ରମୁଖ ଯୋଗଦେଇଥିଲେ।ବିଭିନ୍ନ କ୍ରିଡା ପ୍ରତିଯୋଗୀତାରେ କୃତିତ୍ବ ଲାଭ କରିଥିବା ପ୍ରତିଯୋଗୀ ମାନଙ୍କୁ ମାନପତ୍ର ପ୍ରଦାନ ସହ ପୁରସ୍କୃତ କରିଥିଲେ ଅତିଥିଗଣ।ଆୟୋଜିତ କାର୍ଯ୍ୟକ୍ରମରେ ଆକାଶବାଣୀ କେନ୍ଦୁଝର ର ମୁଖ୍ୟସଂଯୋଜକ ଆର୍ତ୍ତମେସର ଝା,ଘୋଷକ ସିପାହି ମୁର୍ମୁ,ଉପସ୍ଥାପକ ସାଲେଗ୍ରାମ ପାତ୍ର,ଗୋପୀନାଥ ସାହୁ,ଉପସ୍ଥାପକ ପ୍ରଶାନ୍ତ ପଲେଇ ପ୍ରମୁଖ ଯୋଗଦେଇ ଜୀବନ ବଞ୍ଚାଇବା ରେ କଳାର ଭୂମିକା ବିଷୟରେ ଜନସାଧାରଣ ଙ୍କୁ ବୁଝାଇ ବା ସହିତ କଳା ପ୍ରେମୀଙ୍କୁ ଉତ୍ସାହିତ କରିଥିଲେ।ତିନିଦିନ ଧରି ଦାସକାଠିଆ ଗାୟକ ପୁରନ୍ଦର ନାଏକ କଳାଦର୍ଶନ କରିଥିବାବେଳେ ପୂର୍ଣ୍ଣଚନ୍ଦ୍ର ମହାନ୍ତ ପାଲା ପରିବେଷଣ କରିଥିଲେ।ଶରତ ଚନ୍ଦ୍ର ମହାନ୍ତ ଓ ଡମ୍ବରୁଧର ମହାନ୍ତ ଝୁମର କଳା ପରିବେଷଣ କରିଥିଲେ।ସୁନାଟାଙ୍ଗରୀ ଓ ଝାରବେଡା ଗ୍ରାମର ଚାଙ୍ଗୁନୃତ୍ୟ ଶିଳ୍ପୀଙ୍କ ଦ୍ବାରା ଚାଙ୍ଗୁ ନୃତ୍ୟ ପରିବେଶଷଣ ହୋଇଥିଲା। ଆକାଶବାଣି କେନ୍ଦୁଝର ର ସୈାମ୍ୟମେଶ୍ରୀ ଚାଚ୍ଚାର୍ଜି ଙ୍କ ଦ୍ବାରା ରଜ ସୁନ୍ଦରୀ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିଲା।ଏଥିରେ ସେଣ୍ତକାପ ଗାୟତ୍ରୀ ମହାନ୍ତ ରଜ ମୁକୁଟ ପିନ୍ଧିଥିଲେ।ଏହି କାର୍ଯ୍ୟକ୍ରମ ରେ ମହିଳାଗଣ ସହଯାଗ କରିଥିଲେ।ସେଣ୍ତକାପ ରଜ ମହତ୍ସବ କମିଟିର ସଭାପତି ସୁମିତ୍ରା ଦଣ୍ତପାଟ,ସମ୍ପାଦିକା ସରୋଜିନୀ ନାଏକ,ପରାମର୍ଶଦାତା ରସାରନ୍ଦ ଘଣା,ସଦସ୍ୟା ସସ୍ମିତ ନାଏକ,ସନ୍ତୋଷୀ ନାଏକ,ଭିମସେନ ନାଏକ,ନବୀନ କୁମାର ପଲେଇ,ରଜତ କୁମାର ବେହେରା,କାର୍ତ୍ତିକେଶ୍ବର ମହାକୁଡ,ହାଡିବନ୍ଧୁ ନାଏକ,ସୁମନ୍ତ ନାଏକ,ନରେଶ ଖଟୁଆ,ଲଳିତ ନାଏକ,ରଘୁନାଥ ବସନ୍ତ ନାଏକ ପ୍ରମୁଖ ସହଯୋଗ କରିଥିଲେ।ନୂଆଗାଁ ଓ ମହାଦେଇଯୋଡା ରେ ମଧ୍ୟ ବାଜାବାଣ ରସଣୀ ନାଚଗୀତରେ ରଜବତୀ ବିବାହ ବେଶ ଧୁମ୍ ଧାମରେ ଅନୁଷ୍ଠିତ ହୋଇଥିଲା।

Exit mobile version