Site icon ଆଜିକାଲି

ଫେବ୍ରୁଆରୀ ୨୭ରେ ରାଜ୍ୟସଭା ନିର୍ବାଚନ, ଓଡ଼ିଶାର ୩ ସମେତ ୧୫ ରାଜ୍ୟର ୫୬ ଜଣ ସଦସ୍ୟଙ୍କ ଶେଷ ହେଉଛି କାର୍ଯ୍ୟକାଳ

ନୂଆଦିଲ୍ଲୀ – ରାଜ୍ୟସଭାର ୫୬ ଜଣ ସଦସ୍ୟଙ୍କ କାର୍ଯ୍ୟକାଳ ଏ ବର୍ଷ ଏପ୍ରିଲରେ ଶେଷ ହେଉଛି । ଅବସର ନେବାକୁ ଥିବା ୧୫ଟି ରାଜ୍ୟର ୫୬ ରାଜ୍ୟସଭା ସଦସ୍ୟଙ୍କ ମଧ୍ୟରୁ ଓଡ଼ିଶାର ତିନି ଜଣ ସଦସ୍ୟ ଅଛନ୍ତି । ତେଣୁ ଖାଲି ହେବାକୁ ଥିବା ଆସନ ପୂରଣ ପାଇଁ ଆସନ୍ତା ମାସ ୨୭ ତାରିଖରେ ଦ୍ୱିବାର୍ଷିକ ନିର୍ବାଚନ କରିବାକୁ ନିର୍ବାଚନ କମିଶନ ଘୋଷଣା କରିଛନ୍ତି।

ଏଥିପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ କାର୍ଯ୍ୟସୂଚୀ ପ୍ରକାଶ କରାଯାଇଛି । ରାଜ୍ୟସଭା ନିର୍ବାଚନ ପାଇଁ ଫେବ୍ରୁଆରୀ ୮ରେ ବିଜ୍ଞପ୍ତି ପ୍ରକାଶ ପାଇବ । ୧୫ ଫେବ୍ରୁଆରୀ ହେଉଛି ପ୍ରାର୍ଥିପତ୍ର ଦାଖଲର ଶେଷ ଦିନ। ଫେବ୍ରୁଆରୀ ୧୬ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବା । ପ୍ରାର୍ଥିପତ୍ର ପ୍ରତ୍ୟାହାରର ଶେଷ ଦିନ ଫେବ୍ରୁଆରୀ ୨୦ ରହିଛି। ଫେବ୍ରୁଆରୀ ୨୭ ତାରିଖରେ ସକାଳ ୯ଟାରୁ ଅପରାହ୍ନ ୪ଟା ଯାଏଁ ଭୋଟ ଗ୍ରହଣ ହେବ । ସେହି ଦିନ ହିଁ ଭୋଟ ଗଣତି କରାଯାଇ ଫଳାଫଳ ଘୋଷଣା ହେବ ।

Exit mobile version