Site icon ଆଜିକାଲି

ଭାଇ ହାତରେ ଭଉଣୀ କିଭଳି ଏକ ପରିବେଶ ଅନୁକୂଳ ହାତ ତିଆରି ରାକ୍ଷୀ ବାନ୍ଧିବ, ସେଥିପାଇଁ ଓରମାସ ର ଏକ ନିଆଁରା ରାକ୍ଷୀ ସମ୍ଭାର ଷ୍ଟଲ ଉଦଘାଟିତ


କେନ୍ଦୁଝର, ରାକ୍ଷୀ ପୁର୍ଣିମା ଉପଲକ୍ଷେ କେନ୍ଦୁଝର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ଓରମାସ ଓ ମିଶନ ଶକ୍ତି ପକ୍ଷରୁ ଏକ ନିଆରା ରାକ୍ଷୀ ସମ୍ଭାର ଷ୍ଟଲ କେନ୍ଦୁଝର ପୌର ନିର୍ବାହୀ ଅଧିକାରିଣୀ ଡ଼ଃ ମଧୁସ୍ମିତା ସାମନ୍ତରାୟ ଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ଏହି ଷ୍ଟଲ ରେ ୨୩ତାରିଖ ରୁ ୩୦ତାରିଖ ପର୍ଯ୍ୟନ୍ତ ମିଶନ ଶକ୍ତି ମା’ ମାନଙ୍କ ଦ୍ୱାରା ପ୍ରସ୍ତୁତ ହାତ ତିଆରି ସୁନ୍ଦର ସୁନ୍ଦର ରାକ୍ଷୀ ସୁଲଭ ମୂଲ୍ୟ ରେ ବିକ୍ରି କରାଯିବ ବୋଲି ଓରମାସ ଯୁଗ୍ମ ନିର୍ବାହୀ ସପନ ଗୋସ୍ୱାମି ପ୍ରକାଶ କରିଛନ୍ତି ।ଏହି ଷ୍ଟଲ ପ୍ରତିଦିନ ସକାଳ ୯ ରୁ ସନ୍ଧ୍ୟା ୮ ପର୍ଯ୍ୟନ୍ତ ଖୋଲା ରହିବ ରାକ୍ଷୀ ସହିତ ମାଣ୍ଡିଆ ପ୍ରସ୍ତୁତ ଲଡ଼ୁ, ବିସ୍କୁଟ, କାଗଜ ପ୍ରସ୍ତୁତ ବିଭିନ୍ନ ସାମଗ୍ରୀ ମଧ୍ୟ ଉପଲବ୍ଧ ହେବ । ଏହି କାର୍ଯ୍ୟକ୍ରମ ରେ ମା ତାରିଣୀ ସ୍ୱୟଂ ସହାୟକ ଗୋଷ୍ଠୀ ର ପ୍ରଭାତୀ ବେହେରା, ବନ ଦୁର୍ଗା ସ୍ୱୟଂ ସହାୟକ ଗୋଷ୍ଠୀ ସରସ୍ବତୀ ରଥ, ନରଣପୁର ମାତାରିଣୀ ସ୍ୱୟଂ ସହାୟକ ଗୋଷ୍ଠୀ ର ସବିତା ଦାସ, ଓମ ସାଇ ସ୍ୱୟଂ ସହାୟକ ଗୋଷ୍ଠୀ ଶୁଭଶ୍ରୀ ବାରିକ, ଜ୍ୟୋତି ପେପର ମ୍ୟାଚି ପ୍ରଡୁସର ଗ୍ରୁପ ଅର୍ଜୁନ ଜେନା, ୟଙ୍ଗ ପ୍ରଫେସନାଲ ସୁଶ୍ରୀ ଦିବ୍ୟା ଦର୍ଶିନୀ ବେହେରା, ସେନସେସ ପ୍ରଧାନ, ଗାୟତ୍ରୀ ପରିଡା,ମିଶନ ଶକ୍ତି ଅଧିକାରୀ ଶିଶିର ଷଡ଼ଙ୍ଗୀ , ଚନ୍ଦ୍ରଶେଖର ପଟନାୟକ,ପ୍ରମୁଖ ଉପସ୍ଥିତ ରହି ବିକ୍ରୟ କାର୍ଯ୍ୟତଦାରଖ ଓ ପରିଚାଳନା କରିଥିଲେ ।

Exit mobile version