Site icon ଆଜିକାଲି

ଦୁଇ ଏଟିଏମ ଲୁଟେରାକୁ ଗିରଫ କଲା ରମ୍ଭା ପୋଲିସ

ଖଲ୍ଲିକୋଟ : ରମ୍ଭା ପୋଲିସ ଦୁଇ ଏଟିଏମ ଲୁଟେରାକୁ ଗିରଫ କରିବାରେ ସଫଳ ହୋଇଛି । ଦୁଇ ଗିରଫ ମାନେ ହେଲେ ଚାମାଖଣ୍ଡି ଥାନା ଅଧିନ ସୀତାରାମପୁର ର ହରିହର ରେଡି ଓ ଲଷ୍ମୀପୂର ଗ୍ରାମର ରଘୁନାଥ ରେଡି । ଏମାନଙ୍କ ନିକଟରରୁ ପୋଲିସ ବିଭିନ୍ନ ବ୍ୟାଙ୍କର ୧୨ ଏଟିଏମ କାର୍ଡ ଓ ୯୨ହଜାର ଟଙ୍କା ପୋଲିସ ଜବତ କରିଛି ।

ଏମାନଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ରମ୍ଭା ଥାନା ଅଧିକାରୀ ପି. ସ୍ୱରୂପ କିଷାନ । ଏହା ସେମାନେ କିପରି ଏଟିଏମ କାର୍ଡ ପରିବର୍ତ୍ତନ କରି ଟଙ୍କା ଉଠାଉଥିଲେ ପୋଲିସ ଆଗରେ ଏଟିଏମ୍‌କୁ ଯାଇ ଡେମୋ ଦେଖାଇଲେ । ଏହି ଦୁଇ ଜଣ ବେଲଗୁଣ୍ଠାରେ ଜଣେ ବ୍ୟକ୍ତିଙ୍କ ଏଟିଏମ୍ କାର୍ଡ ପରିବର୍ତ୍ତନ କରି ୬୦ ହଜାର ଟଙ୍କା ସେହିପରି ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ରୁ ମଧ୍ୟ୍ୟ ଏଟିଏମ କାର୍ଡ ପରିବର୍ତ୍ତନ କରି ୮୦ ହଜାର ଟଙ୍କା କଡ଼ି ନେଇଥିଲେ । ଏପରିକି ବିଭିନ୍ନ ଥାନାରେ ହରିହର ରେଡିଙ୍କ ନାମରେ ମାମଲା ମଧ୍ୟ୍ୟ ରହିଛି ।

ସେମାନେ ବରିଷ୍ଠ ନାଗରିକ ମାନେ କୌଣସି ଏଟିଏମ୍‌କୁ ଗଲେ ସାହାଯ୍ୟ ବାହାନାରେ ଅତି ଚାଳକ କାର୍ଡ ପରିବର୍ତ୍ତନ କରିନେଇଯାଉଥିଲେ ପରେ ଉକ୍ତ କାର୍ଡରୁ ଟଙ୍କା ଉଠାଉଥିଲେ । ଏନେଇ ରମ୍ଭା ଥାନାରେ ଦୁଇଟା ମାମଲା ରୁଜୁ ହୋଇଥିବା ବେଳେ ଗୋଟିଏ ବେଲଗୁଣ୍ଠା ଥାନାରେ ଅଭିଯୋଗ ହୋଇ ତଦନ୍ତ ଜାରି ରଖିଥିଲା ପୋଲିସ । ରମ୍ଭା ଥାନା ଅଧିକାରୀଙ୍କ ନେତୃତ୍ୱରେ ଦୁଇ ଏଟିଏମ ଲୁଟେରା କୁ ଧରିବାରେ ସଫଳ ହୋଇଛି ପୋଲିସ ।

Exit mobile version